ରାଜ୍ୟ

ବିଜେପିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ: ପୁଣିଥରେ ବିଜେଡିରୁ ପ୍ରାର୍ଥୀ ହେବା ସମ୍ଭାବନା!

ବାଲେଶ୍ବର/ନୀଳଗିରି: ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହେଲା। ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ। ଶୁକ୍ରବାର ନୀଳଗିରିସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଶ୍ରୀ ନାୟକ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ଇସ୍ତଫାପତ୍ର ପଠାଇଥିବା ସୂଚନା ଦେଇଛନ୍ତି। କେଉଁଥିପାଇଁ ସେ ଦଳ ଛାଡ଼ିଲେ, ସେ ସଂପର୍କରେ ମୁହଁ ଖୋଲିନାହାନ୍ତି।୨୦୧୪ରେ ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିବା ସୁକାନ୍ତ ୨୦୧୯ରେ ଦଳରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ଏବଂ ସେହିଦଳରୁ ଟିକେଟ‌ ପାଇ ପୁନର୍ବାର ନିର୍ବାଚିତ ହୋଇଥିଲେ। ଏଥର ନୀଳଗିରି ଆସନରୁ ତାଙ୍କର ପ୍ରାର୍ଥିତ୍ବ ନେଇ କୌଣସି ଦ୍ବନ୍ଦ୍ବ ବି ନଥିଲା। ତେବେ, କିଛିଦିନ ଧରି ସେ ବିଜେପି ପରିତ୍ୟାଗ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଆଜି ସେହି ଚର୍ଚ୍ଚା ବାସ୍ତବ ରୂପ ନେଇଥିବା ବେଳେ ସେ ଦିନେ କିମ୍ବା ଦୁଇଦିନ ଭିତରେ ବିଜେଡିରେ ସାମିଲ ହେବେ ବୋଲି କୁହାଯାଉଛି। ଏପରିକି, ବିଜେଡିକୁ ଫେରିଲେ ପୁଣି ଥରେ ତାଙ୍କୁ ନୀଳଗିରିରୁ ପ୍ରାର୍ଥୀ କରାଯିବ ବୋଲି ଉପରମହଲରୁ ତାଙ୍କୁ ପ୍ରତିଶ୍ରୁତି ମିଳିଥିବା‌ ନେଇ ବି ଚର୍ଚ୍ଚା ହେଉଛି। ତେବେ ଏ ସଂପର୍କରେ ଶ୍ରୀ ନାୟକ ସାମ୍ବାଦିକ ସମ୍ମିଳନୀରେ କୌଣସି ପ୍ରତିକ୍ରିୟା ନରଖି ଖୁବ୍‌ଶୀଘ୍ର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଜଣାଇବେ ବୋଲି କହିଛନ୍ତି।

ଆଶଙ୍କାରେ ରହିଗଲେ ସନ୍ତୋଷ ଖଟୁଆ
ଆମେ ଏଠାରୁ ଜଣେ ଯୋଗ୍ୟ ପ୍ରାର୍ଥୀ‌ ଦେବୁ: ପ୍ରତାପ

ଅନ୍ୟପକ୍ଷରେ, ଗତ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀହୋଇ ସନ୍ତୋଷ ଖଟୁଆ ତାଙ୍କୁ କଡ଼ା ଟକ୍କର ଦେଇଥିଲେ। ସେ ମାତ୍ର ୧୫୭୭ ଭୋଟ୍‌ ବ୍ୟବଧାନରେ ହାରି ଯାଇଥିଲେ। ପରାଜୟ ସତ୍ତ୍ବେ ସନ୍ତୋଷ ଗତ ୫ ବର୍ଷ ଧରି ନୀଳଗିରିରେ ବିଜେଡିର ସଙ୍ଗଠନକୁ ସକ୍ରିୟ ରଖିବା ସହ ତୃଣମୂଳସ୍ତରରେ ଦଳକୁ ମଜବୁତ୍‌ କରିଛନ୍ତି। ଏବେ ଯଦି ସୁକାନ୍ତ ବିଜେଡିରୁ ପ୍ରାର୍ଥୀ ହୁଅନ୍ତି, ତା’ ହେଲେ ସନ୍ତୋଷଙ୍କର ଭୂମିକା କ’ଣ ହେବ; ତାହା ବର୍ତ୍ତମାନ ବଡ଼ ପ୍ରଶ୍ନ। ଏ ସଂକ୍ରାନ୍ତରେ ସନ୍ତୋଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ ଆଜି ଅପରାହ୍ନରେ ନୀଳଗିରିସ୍ଥିତ ତାଙ୍କ କାର୍ଯ୍ୟାଳୟରେ ସମର୍ଥକଙ୍କୁ ନେଇ ବୈଠକ କରିଥିବା ଜଣାପଡ଼ିଛି। ସେପଟେ ବିଜେପିରୁ ଶ୍ରୀ ନାୟକ ଇସ୍ତଫା ଦେବାପରେ ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଓ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର ନୀଳଗିରିରେ ଦଳୀୟ କର୍ମୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ଏ ସଂକ୍ରାନ୍ତରେ ସାଂସଦ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ନୀଳଗିରିରେ ବିଜେପି ସଙ୍ଗଠନ ବହୁତ ଭଲ ଅଛି। ଦଳରେ କୌଣସି ନେତୃବୃନ୍ଦଙ୍କ ସହ ଶ୍ରୀ ନାୟକଙ୍କର କୌଣସି ମତାନ୍ତର କିମ୍ବା ମନାନ୍ତର ନଥିଲା। ତେଣୁ ଦଳ ଛାଡ଼ିବାର କାରଣ ସେ ହିଁ କହିପାରିବେ। ତେବେ ଆମେ ଏଠାରେ ଜଣେ ଯୋଗ୍ୟ ଓ ଉପଯୁକ୍ତ ପ୍ରାର୍ଥୀଙ୍କୁ ସୁଯୋଗ ଦେବୁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।