ରାଜନୀତି ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗ: ଯାଜପୁରରେ ଫାଇଦା ଲକ୍ଷ୍ୟରେ କଂଗ୍ରେସ

ଯାଜପୁର: ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟକୁ ନେଇ ଯାଜପୁର ଜିଲ୍ଲାର ରାଜନୀତି ରୋଚକ ମୋଡ଼ରେ ପହଞ୍ଚିଛି। ସାମାଜିକ ଗଣମାଧ୍ୟମରେ ଆସନ ଭାଗବଣ୍ଟାଠାରୁ ଆରମ୍ଭ କରି କିଏ କେଉଁଠାରୁ ପ୍ରାର୍ଥୀ ହେବ ଚୂଡ଼ାନ୍ତ ହୋଇସାରିଲାଣି। ମେଣ୍ଟ ଚର୍ଚ୍ଚାକୁ ନେଇ ବିଜେଡି ଓ ବିଜେପିର ଆଶାୟୀ ଚିନ୍ତାରେ ଥିବାବେଳେ କଂଗ୍ରେସ ଶିବିର ଏହା ଉପରେ ସତର୍କ ନଜର ରଖିଛି। ମେଣ୍ଟ ଖଣ୍ଡାରେ ବଳି ପଡ଼ିବାକୁ ଯାଉଥିବା ନେତା ନିର୍ବାଚନ ଲଢ଼ିବାକୁ ନେଇ କଂଗ୍ରେସ ନେତୃତ୍ବ ଯୋଗାଯୋଗରେ ରହିଛନ୍ତି। ମେଣ୍ଟ ହେ‌ଲ, ଯାଜପୁର ଜିଲ୍ଲାର ୭ଟି ବିଧାନସଭା ଆସନ ମଧ୍ୟରୁ ବଡ଼ଚଣା, ବରୀ ଓ କୋରେଇ ମଧ୍ୟରୁ ଯେ କୌଣସି ଗୋଟିଏ ଆସନ ବିଜେପି ଭାଗରେ ପଡିବ ବୋଲି ଚର୍ଚ୍ଚା ହେଉଛି। ସେ‌ହିପରି ଯାଜପୁର ଲୋକସଭା ଆସନ ମଧ୍ୟ ବିଜେପି ଭାଗରେ ପଡ଼ିପାରେ ବୋଲି କୁହାଯାଉଛି। ମେଣ୍ଟ ହେଲେ ବିଜେଡି ଓ ବିଜେପିର ବିଦ୍ରୋହୀଙ୍କୁ ଆପଣାଇ କଂଗ୍ରେସ ସ୍ଥିତି ସୁଦୃଢ଼ କରିବାକୁ ଆଶା ରଖିଛି। ଅନ୍ୟଦଳର ବିଦ୍ରୋହୀମାନେ ସ୍ବାଧୀନ ପ୍ରାର୍ଥୀ ହୋଇ ଲଢ଼ିଲେ ଏଥିରୁ ଫାଇଦା ନେବା ଲକ୍ଷ୍ୟରେ କଂଗ୍ରେସ ରହିଛି। ଇତିମଧ୍ୟରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ପୁଣି କଂଗ୍ରେସ ଦଳକୁ ‌‌ଫେରିଛନ୍ତି। ନିଜ ଜିଲ୍ଲା ଯାଜପୁର ଉପରେ ଶ୍ରୀକାନ୍ତଙ୍କ ନିଶ୍ଚିତ ନଜର ରହିବ। ମେଣ୍ଟ ପରବର୍ତ୍ତୀ ସ୍ଥିତିକୁ ଦେଖି ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ ନିର୍ବାଚନ ମୈଦାନକୁ ଓହ୍ଲାଇ ପାରନ୍ତି ବୋଲି ଚର୍ଚ୍ଚା ହେଲାଣି। ସେହିପରି କିଛି ଦିନ ହେଲା ନିରବ ରହିଥିବା କଂଗ୍ରେସ ନେତ୍ରୀ ବନ୍ଦିତା ପରିଡ଼ାଙ୍କ ଶିବିର ଏବେ ପୁଣି ଚଳଚଞ୍ଚଳ ହୋଇଛି। କଂଗ୍ରେସରୁ ଇସ୍ତଫା ଦେଇଥିବା ବଡ଼ଚଣାର କ୍ୟାପଟେନ୍ ରାଜନାରାୟଣ ମହାପାତ୍ର ଅନ୍ୟ କୌଣସି ଦଳରେ ଯୋଗ ନଦେଇ ଅପେକ୍ଷା କରିଛନ୍ତି। ବିଜେଡି-ବିଜେପି ମେଣ୍ଟ ଖଣ୍ଡାରେ ପ୍ରାର୍ଥୀ ହେବାରୁ ବଞ୍ଚିତ ହେଉଥିବା ନେତାଙ୍କୁ କଂଗ୍ରେସ କୋଳେଇ ନେଇ ନିଜର ଶକ୍ତିବୃଦ୍ଧି କରିବ ବୋଲି ଆଲୋଚନା ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର