ରାଜ୍ୟ

ବିଜେଡି ଟିକେଟ୍ ପାଣ୍ଡିଆନଙ୍କ ହାତରେ: ପ୍ରଦୀପ ପୁରୋହିତ

ଭୁବନେଶ୍ବର : ୫-ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ପରିଦର୍ଶନକୁ ବିରୋଧ ପ୍ରସଙ୍ଗରେ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ଯେ ଜଣେ ସଚିବ ରାଜ୍ୟ ଶାସନର ମୁଖ୍ୟ ଭଳି କାହିଁକି ସାରା ଓଡ଼ିଶା ବୁଲିବେ? କାହିଁକି ବିଭିନ୍ନ ଯୋଜନା ଘୋଷଣା କରିବେ? ମୁଖ୍ୟମନ୍ତ୍ରୀ ତ କେଉଁଠିକୁ ଗଲେ ଆମେ ବିରୋଧ କରୁନୁ। ଶ୍ରୀ ପୁରୋହିତ କହିଛନ୍ତି ଯେ ବିଜେଡି ଆଉ ବିଜେଡି ହାତରେ ନାହିଁ, ଲୋକ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ଭୋଟ୍‌ ଦେଇଥିବା ବେଳେ ବିଜେଡି ୫-ଟି ସଚିବଙ୍କ ହାତକୁ ଚାଲିଗଲାଣି ବୋଲି ମୋର ସନ୍ଦେହ। ବିଜେଡିର ବଡ଼ ବଡ଼ ନେତା ୫-ଟି ସଚିବଙ୍କୁ ନେଇ ଅସନ୍ତୁଷ୍ଟ ଅଛନ୍ତି, ବ୍ୟକ୍ତିଗତ ଭାବେର ପ୍ରତିବାଦ କରୁଛନ୍ତି।

ସେମାନେ ଅସନ୍ତୁଷ୍ଟ ଥିଲେ ବି ବାହାରେ କିଛି ପ୍ରକାଶ କରିପାରୁନାହାନ୍ତି। କାରଣ ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ଆସନର ସାଧା ଟିକେଟ ପାଣ୍ଡିଆନଙ୍କ ହାତରେ ରହିଛି। ସାଦା ଟିକେଟରେ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିସାରିଛନ୍ତି। ଟିକେଟ ପାଣ୍ଡିଆନଙ୍କ ପାଖରେ ରହିଛି, ସେ ହିଁ ଟିକେଟ ବାଣ୍ଟିବେ। ତେଣୁ ପାଣ୍ଡିଆନଙ୍କ ଗସ୍ତ ପାଇଁ ସେମାନେ ଲୋକ ଯୋଗାଡ଼ କରି ଆଣିୁଛନ୍ତି, ଟେଣ୍ଟ ବାନ୍ଧୁଛନ୍ତି। ଯିଏ ବିରୋଧ କରିବେ ତାଙ୍କୁ ଟିକେଟ୍ ମିଳିବନି। ସେଥିପାଇଁ ନେତାଙ୍କ ମୁହଁ ବନ୍ଦ। କେବଳ ଏତିକି ନୁହେଁ, ଯଦି ବିଜେଡି ଜିତେ‌ ତେବେ ମୁଖ୍ୟମନ୍ତ୍ରୀ ଆସନରେ ଅନ୍ୟ ଜଣେ ବସିଥିବେ। ମୁଖ୍ୟମନ୍ତ୍ରୀ ଚାପରେ ଅଛନ୍ତି, ସେ କିଛି ଜାଣୁ ନାହାନ୍ତି। ଚକ୍ରବ୍ୟୂହ କରାଯାଇଛି, ୫-ଟି ଯାହା ଚାହୁଁଛନ୍ତି, ମୁଖ୍ୟମନ୍ତ୍ରୀ ତାହା କରୁଛନ୍ତି ବୋଲି ପ୍ରଦୀପ ଅଭିଯୋଗ ଆଣିଛନ୍ତି।

ପ୍ରଦୀପଙ୍କୁ ଜବାବ୍ ଦେଇ ବିଜେଡି ବିଧାୟକ ପର୍ଶୁରାମ ଧଡ଼ା କହିଛନ୍ତି ଯେ ଦଳରେ କେହି ଅସନ୍ତୁଷ୍ଟ ନାହାନ୍ତି। ବିଜେପି ଯେଉଁ ଅଭିଯୋଗ ଆଣିଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଅପପ୍ରଚାର। ଲୋକଙ୍କ ପାଖରେ ରହିଥିବା ଓ ଲୋକଙ୍କ ଦ୍ୱାରା ଆଦୃତ ହେଉଥିବା ବ୍ୟକ୍ତି ଦଳରେ ଟିକେଟ ପାଆନ୍ତି। ୫-ଟି ସଚିବ ଟିକେଟ ଦେବା କଥା ସମ୍ପୂର୍ଣ୍ଣ ମିଛ। ବିଜେଡିର ନେତା ନବୀନ ପଟ୍ଟନାୟକ। ଆଗାମୀ ନିର୍ବାଚନରେ ବିଜେପି ହାରିବା ସ୍ୱୀକାର କରିସାରିଲାଣି। ତାଙ୍କ ସ୍ୱପ୍ନ ୧୨୦ରୁ ୮୦କୁ ଖସିଲାଣି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।