ରାଜ୍ୟ

ବିଜେଡି, କଂଗ୍ରେସ ଗଡ଼: ପଦ୍ମ ଫୁଟାଇବା ଲକ୍ଷ୍ୟରେ ବିଜେପି!

କୋରାପୁଟ: କଂଗ୍ରେସ ଓ ବିଜେଡି ଗଡ଼ରେ ପଦ୍ମ ଫୁଟାଇବାକୁ ଅଣ୍ଟା ଭିଡ଼ିଛି ବିଜେପି। ମେଣ୍ଟ ଚର୍ଚ୍ଚା ଛିଡ଼ୁନଥିଲେ ମଧ୍ୟ ବିଜେପି କୋରାପୁଟ ଜିଲ୍ଲାର ୫ ଆସନରେ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତି ଶେଷ କରିଛି। ବିଜୁ ଜନତା ଦଳର ୨୪ବର୍ଷ ଶାସନରେ ଜିଲ୍ଲାର କୌଣସି ଗୋଟିଏ ଆସନରେ ମଧ୍ୟ ବିଜେପି ପ୍ରାର୍ଥୀ ଜିତି ନାହାନ୍ତି। ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁର ଆସି ନିର୍ବାଚନୀ ପ୍ରଚାର କରିଥିଲେ। ମୋଦୀଙ୍କ ପ୍ରଚାର ଦଳର ଭୋଟ ହାର ବଢ଼ାଇବାରେ ସହାୟକ ହୋଇଥିଲା। ଜୟପୁର ବିଧାନସଭା ଆସନରେ ଦଳ ୨୧.୪୧ ପ୍ରତିଶତ ଭୋଟ ପାଇଥିଲା। ସେହିପରି କୋରାପୁଟ ଆସନରେ ୨୪.୮୩ ପ୍ରତିଶତ, ପଟାଙ୍ଗିରେ ୧୭.୮୦ ପ୍ରତିଶତ, ଲକ୍ଷ୍ମୀପୁରରେ ୧୪.୨୬ ପ୍ରତିଶତ ଓ କୋଟପାଡରେ ୨୧.୦୮ ପ୍ରତିଶତ ଭୋଟ ପାଇଥିଲା। ପୂର୍ବ ନିର୍ବାଚନ ତୁଳନାରେ ୨୦୧୯ରେ ଆଶାତୀତ ଭାବେ ବିଜେପି ଭୋଟର ବଢ଼ିଥିଲେ।

କିନ୍ତୁ ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେପି ଭୋଟରଙ୍କ ଉପରେ ବିଶେଷ ପ୍ରଭାବ ପକାଇ ପାରିନଥିଲା। ପୌର ନିର୍ବାଚନରେ ମଧ୍ୟ କୋରାପୁଟ ଜିଲ୍ଲାରେ ବିଜେପିର ପ୍ରଦର୍ଶନ ଆଖିଦୃଶିଆ ହୋଇନଥିଲା। କୋରାପୁଟ ପୌରପାଳିକାରେ ବିଜେଡି ବିଜୟୀ ହୋଇଥିବା ବେଳେ ସୁନାବେଡାରେ ସ୍ବାଧୀନ ପ୍ରାର୍ଥୀ (ଏବେ ବିଜେଡି) ଏବଂ ଜୟପୁର ପୌରପାଳିକା ଓ କୋଟପାଡ଼ ଏନ୍‌ଏସିରେ କଂଗ୍ରେସ ପ୍ରାର୍ଥୀ ଅଧ୍ୟକ୍ଷ ଭାବେ ବିଜୟୀ ହୋଇଛନ୍ତି। ୨୦୨୪ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରି ବହୁ ନୂଆ ମୁହଁକୁ ଦଳକୁ ଆଣିଛି। ବିଜେଡି ଓ କଂଗ୍ରେସକୁ ଟକ୍କର୍ ଦେବାକୁ ବିଜେପି ପ୍ରସ୍ତୁତ ହେଉଥିବାରୁ ବିଜେଡି ମଧ୍ୟ ଗୋଟି ଚାଳନା ଆରମ୍ଭ କରିଛି। ଦଳ ୫ରୁ ୫ ଆସନ ପୋଛି ନେବାକୁ ରଣନୀତି କରିଛି। ସେହିପରି କଂଗ୍ରେସ ମଧ୍ୟ ପୂରାଦମ୍‌ରେ ମଇଦାନକୁ ଓହ୍ଲାଇଛି। ଦଳର ବହୁ ତୁଙ୍ଗ ନେତାଙ୍କୁ ପ୍ରଚାର ମଇଦାନକୁ ଆଣି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛି। ବିଜେଡି, କଂଗ୍ରେସର ପ୍ରାର୍ଥୀ ଚୟନକୁ ନେଇ ମାନସ ମନ୍ଥନ ଚାଲିଥିବା ବେଳେ ବିଜେପିରୁ କୋରାପୁଟ ନିର୍ବାଚନ ମଣ୍ଡଳୀ ପାଇଁ ଆଶାୟୀ ଭାବେ ପୂର୍ଣ୍ଣିମା ନାୟକ, ରଘୁରାମ ମାଛ, ଜୟପୁର ବିଧାନସଭା ଆସନରେ ଗୌତମ ସାମନ୍ତରାୟ, ହିମାଂଶୁ ମହାପାତ୍ର, ସୁଧାଂଶୁ ଜେନା, ପଟାଙ୍ଗିରେ ଚୈତନ୍ୟ ନନ୍ଦୀବାଲି, ଚୈତନ୍ୟ ହନ୍ତାଳ, କୋଟପାଡରେ ଖଗେଶ୍ବର ପୂଜାରୀ ଓ ରୂପ ଭତ୍ରା, ଲକ୍ଷ୍ମୀପୁରରେ ଉଦୟ ଭତ୍ରା, ଭୁବନ ଜାନି ଓ ଅନନ୍ତ ହୁଇକା ଆଶୟୀ ରହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।