ରାଜ୍ୟ

ବିଜେଡି ଉପରେ ବର୍ଷିଲେ ବିଜେପି ବିଧାୟିକା ଉପାସନା ମହାପାତ୍ର ଓ ସଂଜଳି ମୁର୍ମୁ

ବିଜେଡି ଉପରେ ବର୍ଷିଲେ ବିଜେପି ବିଧାୟିକା ଉପାସନା ମହାପାତ୍ର ଓ ସଂଜଳି ମୁର୍ମୁ। ବିଜେଡି ମହିଳାମାନଙ୍କୁ ଭୋଟ ବ୍ୟାଙ୍କ ପାଇଁ ବ୍ୟବହାର କରୁଥିଲା। ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି ମୋହନ ସରକାର। ସେଥିପାଇଁ ସହି ପାରୁନି ବିଜେଡି।

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ସମାଲୋଚନା କରିବାକୁ ନେଇ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ବିଧାୟିକା ଉପାସନା ମହାପାତ୍ର। ସେ କହିଛନ୍ତି, ବିଜେଡ଼ି ମହିଳାମାନଙ୍କୁ ଭୋଟ ବ୍ୟାଙ୍କ ପାଇଁ ବ୍ୟବହାର କରୁଥିଲା। ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି ମୋହନ ସରକାର। ସେଥିପାଇଁ ସହି ପାରୁନି ବିଜେଡ଼ି। ନା କରିବି ନା, କରିବାକୁ ଦେବି ନୀତି ଅବଲମ୍ବନ କରୁଛି ବିଜେଡ଼ି। ଗୃହ ପ୍ରକ୍ରିୟା ଅନୁସାରେ ପ୍ରଶ୍ନକାଳ ଏବଂ  ଆଲୋଚନା ପାଇଁ ସମୟ ଧାର୍ଯ୍ୟ ହୋଇଛି, ହେଲେ ହଟ୍ଟଗୋଳ କରିବା ମାନସିକତା ନେଇ ବିଜେଡ଼ି ଗୃହକୁ ଆସୁଛ। | ଗୃହ ଚାଲିବାକୁ ଦେଉନି ବିଜେଡି।

ଠିକ୍ ସେହିପ ବିଜେପି ବିଧାୟିକା ସଂଜଳି ମୁର୍ମୁ କହିଛନ୍ତି, ସୁଭଦ୍ରା ଯୋଜନାକୁ ନେଇ ଆଲୋଚନାକୁ କାହିଁକି ଆସୁନି ବିଜେଡ଼ି। ଆଦିବାସୀ ମହିଳାଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ମହିଳା ସୁଭଦ୍ରା ଯୋଜନା ପାଇଁ ଖୁସି ଅଛନ୍ତି। ୨୪ ବର୍ଷ ଧରି ବିଜେଡ଼ି ସରକାରରେ ସୁଭଦ୍ରା ଯୋଜନା ଭଳି ସହାୟତା ପାଉ ନଥିଲେ ମହିଳା। ଏହାକୁ ବିରୋଧୀ ଦଳ ସହି ପାରୁନାହାନ୍ତି, ଯେଉଁଥିପାଇଁ ରାଜନୈତିକ ଉଦ୍ଦେଶ୍ୟ ରଖି ହଟ୍ଟଗୋଳ କରୁଛନ୍ତି ବିରୋଧୀ। ମୁଲତବୀ ଆଲୋଚନା କରିବାକୁ ଚାହୁଁନାହାଁନ୍ତି ବିରୋଧୀ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।