ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

ବିଗିଡ଼ିଲା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦଙ୍କ ସ୍ବାସ୍ଥ୍ୟା‌ବସ୍ଥା, ରିମ୍‌ସ ହସ୍ପିଟାଲ୍‌ରେ ପହଞ୍ଚିଲେ ଝିଅ ମିଶା ଭାରତୀ

ପାଟ୍‌ନ‌ା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିଛି। ତାଙ୍କୁ ବର୍ତ୍ତମାନ ଚିକିତ୍ସା ପାଇଁ ରାଞ୍ଚିସ୍ଥିତ ରିମ୍‌ସ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗୁରୁବାର ସନ୍ଧ୍ୟାରେ ହଠାତ୍ ଅସୁସ୍ଥ ହୋଇ ପଡ଼ିବା ପରେ ଲାଲୁ ଯାଦବଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ତା‌ଙ୍କ ଅବସ୍ଥାରେ ସେପରି କୌଣସି ସୁଧାର ଦେଖିବାକୁ ମିଳିନାହିଁ।

ବିହାରର ଏହି ନେତା ଜଣକ ଦୀର୍ଘ ଦିନ ହେବ ଅନେକ ବିଭିନ୍ନ ରୋଗରେ ଆକ୍ରାନ୍ତ ଅଛନ୍ତି। ‌ତ‌ାଙ୍କୁ ଦେଖିବା ପାଇଁ ତାଙ୍କ ଝିଅ ମିଶା ଭାରତୀ ଶୁକ୍ରବାର ରାଞ୍ଚିର ରିମ୍ସ ହସ୍ପିଟାଲ୍‌ରେ ପହଞ୍ଚିଛନ୍ତି। ସୂଚନା ରହିଛି ଯେ ‌ତାଙ୍କ ସାନ ପୁଅ ତେଜ୍ବସୀ ଯାଦବ ଓ ପତ୍ନୀ ରାବ୍ରୀ ଖୁବ୍‌ ଶୀଘ୍ର ପାଟନାରୁ ଏକ ଚାଟାର୍ଡ ବିମାନ ଯୋଗେ ଆସି ଡାକ୍ତରଖାନାରେ ପହଞ୍ଚିବେ।

ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ରିମ୍ସର ନିର୍ଦ୍ଦେଶକ ଡକ୍ଟର କାମେଶ୍ବର ପ୍ରସାଦ କହିଛନ୍ତି, ‘ଲାଲୁ ପ୍ରସାଦଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ତାଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଛି। ତାଙ୍କର ଚିକିତ୍ସା ଚାଲିଛି। ଏହା ଏକ ପ୍ରକାର ନିମୋନିଆ। ଆମେ ଏମ୍ସରର ଫୁସଫୁସ ବିଭାଗର ମୁଖ୍ୟଡାକ୍ତରଙ୍କ ସହିତ ପରାମର୍ଶ କରିଛୁ। ସେ କରୋନା ନେଗେଟିଭ୍‌ ବୋଲି ଆଣ୍ଟିଜେନ୍‌ ପରୀକ୍ଷା ପରେ ଜାଣିବାକୁ ମିଳିଛି। ଆସନ୍ତାକାଲି ତାଙ୍କର ଆର୍‌ଟି-ପିସିଆର୍ ଟେଷ୍ଟ‌ ରିପୋର୍ଟ ଆସିବ।’

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର