ଅପରାଧ ରାଜ୍ୟ

ବିକ୍ରି ବେଳେ ମାଡିବସିଲା ପୋଲିସ, ବିରଳ ପ୍ରଜାତିର କସ୍ତୁରୀ ମୃଗ ଦାନ୍ତ ଓ ବାଘ ନଖ ଜବତ

କରଞ୍ଜିଆ ୨୧।୦୯ : ବିରଳ ପ୍ରଜାତିର କସ୍ତୁରୀ ମୃଗ ଦାନ୍ତ ଓ ବାଘ ନଖ ଜବତ। ଆନ୍ଧ୍ରପ୍ରଦେଶରୁ ଆସି ବିରଳ ପ୍ରଜାତିର କସ୍ତୁରୀ ମୃଗ ଦାନ୍ତ ସହ ବାଘ ନଖ ବିକ୍ରି କରୁଥିବା ସମୟରେ ମାଡ଼ି ବସିଲା ବନବିଭାଗ ।

ଖବର ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରୁ ମଙ୍ଗଳବାର ସନ୍ଧ୍ୟା ସମୟରେ ଆନ୍ଧ୍ରପ୍ରଦେଶର ଦୁଇ ଜଣ ବ୍ୟକ୍ତି ବିରଳ ପ୍ରଜାତିର କସ୍ତୁରୀ ମୃଗ ଦାନ୍ତ ଏବଂ ବାଘ ନଖ ବିକ୍ରି କରୁଥିଲେ । ସେହି ସମୟରେ ଚଢା଼ଉ କରି ସେମାନଙ୍କୁ ଗିରଫ କରିଛି ବନବିଭାଗ ଟିମ୍। ସେମାନଙ୍କ ଠାରୁ ୪ ଟି ବାଘ ନଖ ସହ ଦୁଇଟି କସ୍ତୁରୀ ମୃଗ ଦାନ୍ତ ଜବତ ହୋଇଛି । ଏତିସହ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଅଙ୍ଗ ମଧ୍ୟ ଜବତ କରାଯାଇଛି। ହିମାଚଳ ପ୍ରଦେଶରେ ଏହି ବିରଳ ପ୍ରଜାତିର କସ୍ତୁରୀ ମୃଗ ଦେଖା ଯାଆନ୍ତି । ଏମାନେ ସେଠାରୁ ଆଣି ଆନ୍ଧ୍ର ଓ ଓଡ଼ିଶାରେ ଏହାକୁ ବିକ୍ରି କରିଥାନ୍ତି ବୋଲି ବନବିଭାଗକୁ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।