ପର୍ଯ୍ୟଟନ ରାଜ୍ୟ

ବିକାଶର ଆଢୁଆଳରେ ଡଗରା ବେଳାଭୂମି, ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଜଳେଶ୍ୱର, ୨୫/୧୨: ଡଗରା ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ନାଲି କଙ୍କଡା ପର୍ଯ୍ୟଟକଙ୍କୁ ଆକ୍ରୁଷ୍ଟ କରିଥାଏ । କିନ୍ତୁ ବିକାଶ ଅଭାବରୁ ପର୍ଯ୍ୟଟକ ଏଠାକୁ ଆସିବାକୁ ନାରାଜ । ବିସ୍ତୀର୍ଣ୍ଣ ସବୁଜ ଝାଉଁ ଜଙ୍ଗଲ ଶୋଭା ସହିତ ନାଲି କଙ୍କଡାର ଲୁଚକାଲି ଖେଳ ଏବଂ ସୁବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମିର ରମଣୀୟ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଏଠାକୁ ବର୍ଷକ ଯାକ ପର୍ଯ୍ୟଟକମନଙ୍କର ସୁଅ ଛୁଟିଥାଏ । ତେବେ ବିକାଶ ଠପ୍ ଥିବାରୁ ପର୍ଯ୍ୟଟକ ମୁହଁ ଏଠାରୁ ଫେରାଇ ନେଉଛନ୍ତି ।

ବାଲେଶ୍ୱର ଜିଲ୍ଲାର ବାଲିଆପାଳମାଟିକୁ ଧରଣୀ ରାଣୀ ଦେଇଛି ଅପରୂପ ସୌନ୍ଦର୍ଯ୍ୟ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଡଗରା ବେଳାଭୂମି । ବିସ୍ତୀର୍ଣ୍ଣ ସବୁଜ ଝାଉଁ ଜଙ୍ଗଲର ସୁ ସୁ ଶବ୍ଦରେ ପର୍ଯଟକମାନେ ବିମୋହିତ ହୋଇଯାନ୍ତି । ଉଦିତମାନ ସୁର୍ଯ୍ୟର ଆକର୍ଷଣୀୟ ସୌନ୍ଦର୍ଯ୍ୟ ସହିତ ବେଳାଭୂମିରେ ଥିବା ନାଲି କଙ୍କଡ଼ାର ଲୁଚକାଳି ଖେଳର ଦୃଶ୍ୟ ଅତ୍ୟନ୍ତ ମନୋରମ । ବେଳାଭୂମିରେ ସମତଳ ଭୂମି ହୋଇ ଥିବାରୁ ପର୍ଯ୍ୟଟକମାନଙ୍କୁ ଅଧିକ ଆକର୍ଷଣ କରିଥାଏ । ପର୍ଯ୍ୟଟକମାନେ ବେଳାଭୂମିକୁ ଆସି ଝାଉଁ ଜଙ୍ଗଲରେ ବଣଭୋଜି କରିବା ସହିତ ସେଲ୍ଫି ନେଇ ଏହାର ମଜା ଉଠାଇଥାନ୍ତି !

ବେଳାଭୂମିଟି ଓଡିଶାର ସୀମାନ୍ତରେ ରହିଥିବାରୁ ଓଡିଶା ସମେତ ପଡୋଶୀ ପଶ୍ଚିମବଙ୍ଗ. ଝାଡ଼ଖଣ୍ଡ. ବିହାରରୁ ମଧ୍ୟ ପର୍ଯ୍ୟଟକ ମାନେ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବାପାଇଁ ଛୁଟି ଆସିଥାନ୍ତି । ମାତ୍ର ଏହି ବେଳାଭୂମିର ବିକାଶ ଦିଗରେ ସରକାରୀ ସ୍ତରରେ ପ୍ରୟାସ କରାଯାଇ ନ ଥିବାରୁ ପର୍ଯ୍ୟଟକ ମହଲରେ ଅସନ୍ତୋଷ ଦେଖା ଦେଇଛି ।

୨୦୧୬ମସିହା ଜାନୁଆରୀ ୨୯ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବେଳାଭୂମିରେ ୧କୋଟି ୬୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଟୁରିଷ୍ଟ କରିଡର ଓ ପାନ୍ଥ ନିବାସର ଉଦଘାଟନକୁ ୫ବର୍ଷ ବିତି ଯାଇଛି । କିନ୍ତୁ ବେଳାଭୂମିକୁ ଆସିବା ପାଇଁ ଭଲ ରାସ୍ତାଟିଏ ନାହିଁ । ପର୍ଯ୍ୟଟକମାନଙ୍କର ଅତ୍ୟାବଶ୍ୟକ ପିଇବାପାଣି, ବସିବା ପାଇଁ ବେଞ୍ଚ୍ ଏବଂ ସନ୍ଧ୍ୟା ସମୟର ଦୃଶ୍ୟକୁ ଉପଭୋଗ କରିବା ପାଇଁ କୌଣସି ଲାଇଟର ବ୍ୟବସ୍ଥା ନ ଥିବାରୁ ପର୍ଯ୍ୟଟକ ସହିତ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବେଳାଭୂମିର ବିକାଶ ଏବଂ ଉନ୍ନତି ପାଇଁ ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ କରାଗଲେ, ଏହା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବା ସହିତ ଆହୁରି ଅଧିକ ପର୍ଯ୍ୟଟକମାନେ ଏଠାକୁ ଆସିପାରନ୍ତେ ।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ