ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେଵାଇ)ରେ ଚାଲିଥିବା କେଳେଙ୍କାରୀରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। କଟକ ବାଦାମବାଡ଼ି ସାଉଥ୍ ପଏଣ୍ଟ୍ ହସ୍ପିଟାଲ୍ରୁ ବୟାଳିଶମୌଜା ଥାନା ପୁଲିସ ଜବତ କରିଥିବା ୧୪ଟି ବିଏସ୍କେଵାଇ କାର୍ଡ କ୍ରାଇମବ୍ରାଞ୍ଚ ନିଜ ହେପାଜତକୁ ନେଇଛି। ନିଜଆଡ଼ୁ ମାମଲା ରୁଜୁ କରିଥିବା କ୍ରାଇମବ୍ରାଞ୍ଚ ଏହି କାର୍ଡର ହିତାଧିକାରୀଙ୍କୁ ଠାବ କରିବା ପ୍ରକ୍ରିୟା ଆରମ୍ଭ କରିଛି। ସେମାନଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିବାକୁ ଯାଉଛି। ହସ୍ପିଟାଲ୍ରେ ପହଞ୍ଚାଇବା ପଛରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, ବୟାଳିଶମୌଜା ଥାନା ପୁଲିସ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେଵାଇ)ରେ ହୋଇଥିବା କେଳେଙ୍କାରୀରେ ଏକ ମାମଲା ଗଲା ୯ ତାରିଖରେ ଦଫା ୪୧୮ ଓ ୪୨୦ରେ ରୁଜୁ କରିଥିଲା। ଏହି ମାମଲାରେ ସାଉଥ୍ ପଏଣ୍ଟ୍ ହସ୍ପିଟାଲ୍ ମାଲିକ ବିନୟ ସନ୍ତୁକାଙ୍କ ସମେତ ହସ୍ପିଟାଲର ୫ ଜଣ କର୍ମଚାରୀଙ୍କୁ ଗିରଫ କରିଥିଲା। ଏମାନେ ବିଏସ୍କେଵାଇ କାର୍ଡଧାରୀ ଗରିବ ଲୋକଙ୍କୁ ରୋଗୀ ଦର୍ଶାଇ ମିଛ ବିଲ୍ ପ୍ରସ୍ତୁତ ପରେ କାର୍ଡ ସ୍ବାପ୍ କରି ଟଙ୍କା ହଡ଼ପ କରିଥିବା ଭଳି ସଂଗୀନ ଅଭିଯୋଗ ହୋଇଛି। ଏଭଳି କେଳେଙ୍କାରୀ ସାରାରାଜ୍ୟରେ ହୋଇଥିବା ସନ୍ଦେହରେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ଏହି ମାମଲାରେ ଏବେ ବୟାଳିଶମୌଜା ଥାନା ପୁଲିସ ତଦନ୍ତ କରୁଥିବା ବେଳେ କ୍ରାଇମବ୍ରାଞ୍ଚ ମାମଲାରେ ତଦନ୍ତଭାର ନେଇଛି।
କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, କଟକରେ ସାଉଥ୍ ପଏଣ୍ଟ ହସ୍ପିଟାଲ୍ ସମେତ ଅନ୍ୟ ଜିଲ୍ଲାରେ ବି ଏଭଳି ହୋଇଥିବା ସୂଚନା ମିଳିଛି। ଏହି କେଳେଙ୍କାରୀ ପଛରେ ରାଜ୍ୟରେ ଗୋଟିଏ ବଡ଼ ନେଟ୍ଵାର୍କ କାମ କରୁଥିବାରୁ କ୍ରାଇମବ୍ରାଞ୍ଚ ହସ୍ପିଟାଲ୍ କର୍ମଚାରୀଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l