ଅପରାଧ ରାଜ୍ୟ

ବାହୁଡ଼ା ଯାତ୍ରାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ୫ ଯୁବକଙ୍କୁ ଆକ୍ରମଣ ପରେ ଉତ୍ତେଜନା

ସୁନ୍ଦରଗଡ଼: ଗତକାଲି ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ସବଡେଗାରେ ବାହୁଡ଼ା ଯାତ୍ରା ବେଳେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଭୁଜାଲି ଆକ୍ରମଣରେ ୫ ଯୁବକ ଆହତ ହୋଇଛ୍ତି। ସମସ୍ତଙ୍କୁ ସବଡେଗା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଜଣେ ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଛି।

ଅଭିଯୋଗ ହୋଇଛି ଯାତ୍ରା ବେଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକମାନଙ୍କୁ କିଛି ଯୁବକ ଜୟ ଶ୍ରୀରାମ ନାରା ଦେବାକୁ ଚାପ ପକାଇଥିଲେ, ଯାହାର ପ୍ରତିବାଦ କରିଥିଲେ ଉକ୍ତ ଗୋଷ୍ଠୀ। ପରେ ଏହା କଥା କଟାକଟିରୁ ମାଡ଼ପିଟର ରୂପ ନେଇଥିଲା। ଭୁଜାଲି ବୁଲିଥିଲା। ଗୋଡାଇ ଗୋଡାଇ ଆକ୍ରମଣରେ ଗୋଟିଏ ଗୋଷ୍ଠୀର ୫ ଜଣ ଆହତ ହୋଇଥିଲେ। ଘଟଣାକୁ ନେଇ ରାତିରେ ଉତ୍ତେଜନା ପ୍ରକାଶ ପାଇଥିଲା। ବଜରଙ୍ଗ ଦଳର କର୍ମୀମାନେ ସବଡେଗାରେ ଏକାଠି ହୋଇ ପ୍ରତିବାଦ କରିବାକୁ ଉଦ୍ୟମ କଲାବେଳକୁ ତଳସରା ପୁଲିସ ସହ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚି ନିଶ୍ଚିତ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇ ବୁଝାସୁଝା କରିଥିଲେ।

ଆଜି ସକାଳୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିବାବେଳେ ସବଡେଗାରେ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହ ୩ ପ୍ଲାଟୁନ ପୁଲିସ ଫୋର୍ସ ଡେରା ପକାଇ ସ୍ଥିତି ଉପରେ ନଜର ରଖିଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।