
ନୂଆଦିଲ୍ଲୀ ୨୫/୧୦: ସରିଲା ବଲିଉଡ ସିଙ୍ଗର ନେହା କକ୍କଡଙ୍କ ବାହାଘର। ସେ କଣ୍ଠଶିଳ୍ପୀ ରୋହନ ପ୍ରୀତଙ୍କୁ ଦିଲ୍ଲୀ ଗୁରୁଦ୍ବାରରେ ପୂରା ରୀତିନୀତି ସହ ବିବାହ କରିଛନ୍ତି। ତେବେ ବାହାଘରରେ କେବଳ ସେମାନଙ୍କର ପରିବାର ଲୋକ ଓ କେତେକ ଅନ୍ତରଙ୍ଗ ବନ୍ଧୁ ସାମିଲ ହୋଇଥିଲେ। ଏବେ ନେହା ଓ ରୋହନପ୍ରୀତ ଓରଫ ନେହୁପ୍ରୀତଙ୍କ ବାହାଘର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବାହାଘର ଯୋଡାରେ ବେଶ ସୁନ୍ଦର ଦିଶୁଛନ୍ତି ନେହା। କେବଳ ସେତିକି ନୁହେଁ ରୋହନ ନଜର ଆସିଛନ୍ତି ସେରଓ୍ବାନି ଓ ପଗଡ଼ିରେ। ଦୁହିଁଙ୍କ ଆଉଟଫିଟ୍ ଥିଲା ପ୍ରାୟ ସମାନ ରଙ୍ଗର । ବାହାଘର ହେବା ପୂର୍ବରୁ ଦୁହିଁଙ୍କୁ ନେଇ ବେଶ ଚର୍ଚା ଚାଲିଥିଲା। ନେହାଙ୍କ ହଳଦି ଓ ମେହେନ୍ଦି ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏବେ ଯେତେବେଳେ ବାହାଘର ଶେଷ ହୋଛି ରିସେପସନ ପ୍ରସ୍ତୁତି ଆରମ୍ଭ ହୋଇଛି। ବାହାଘରର ଗ୍ରାଣ୍ଡ ରିସେପସନ ପଞ୍ଜାବରେ ଆୟୋଜନ ହେବ।

ନିକଟରେ ଦୁହିଁଙ୍କର ଏକ ଭିଡ଼ିଓ ଆଲବମ ରିଲିଜ ହୋଇଥିଲା। ସେହି ଗୀତକୁ ନେହା ଲେଖିଥିଲେ। ଗୀତର କିଛି ଅଂଶକୁ ରୋହନ ମଧ୍ୟ ଗାଇଛନ୍ତି।

