ରାଜ୍ୟ

ବାହନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ କେଁ ଉଠିଲା

ଭୁବନେଶ୍ବର : ବାହନଗା ରେଳ ଦୁର୍ଘଟଣା କେଉଁ ପରିସ୍ଥିତିରେ ହେଲା? ଏଥିପାଇଁ କିଏ ଦାୟୀ? କେଉଁଠି ରହିଥିଲା ତ୍ରୁଟି? ସିଗନାଲରେ ତ୍ରୁଟି ରହିଥିଲା କି? ବୈଷୟିକ ନା ମନୁଷ୍ୟକୃତ? ଦୁର୍ଘଟଣା ପଛରେ ରହିଛି କି ଅପରାଧିକ ଷଡ଼ଯନ୍ତ୍ର? ତାହାର କାରଣ ଜାଣିବା ଲାଗି ସିବିଆଇ ତଦନ୍ତ ଚଳାଇଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍ ଧରିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି କମିସନ୍ ଫର ରେଲୱେ ସେଫଟି ଅନୁସନ୍ଧାନ କରୁଛି। ଅନୁସନ୍ଧାନ ଶେଷ ହେବା ପୂର୍ବରୁ ସିବିଆଇକୁ ତଦନ୍ତ ଦେବା କେତେଦୂର ଯୁକ୍ତିଯୁକ୍ତ? କେବଳ ଲୋକଙ୍କ ନଜର ହଟାଇବା ଲାଗି ଏପରି କରା ଯାଇଥିବା ସେ କହିଛନ୍ତି। ୧୩ ବର୍ଷ ତଳ ୨୦୧୦ ଜ୍ଞାନେଶ୍ବରୀ ଏକ୍ସପ୍ରେସ ଦୁର୍ଘଟଣାର ମଧ୍ୟ ସିବିଆଇ ତଦନ୍ତ କରିଥିଲା। କିନ୍ତୁ ଆଜି ଯାଏ ତଦନ୍ତ ଶେଷ ହୋଇପାରି ନାହିଁ। ସେହିପରି ମନ୍ତ୍ରୀଙ୍କ ବିରୋଧରେ ଯଦି କିଛି ଥାଏ ତାହେଲେ ସିବିଆଇ କଣ ସେଠି ପହଞ୍ଚି ପାରିବ ବୋଲି ନରସିଂହ ପ୍ରଶ୍ନ କରିଛନ୍ତି। ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଇସ୍ତଫା ଦେବା କଥା, କିନ୍ତୁ ଏଯାଏ ଦେଲେନି।

ବିଭାଗ ଷଡ଼ଯନ୍ତ୍ର ସନ୍ଦେହ କଲା, କିନ୍ତୁ ଦଫା ଲାଗିଲାନି
ଦୃଷ୍ଟି ହଟାଇବାକୁ ସିବିଆଇ ତଦନ୍ତ; ମନ୍ତ୍ରୀ ଇସ୍ତଫା ଦେଉନାହାନ୍ତି କାହିଁକି: ନରସିଂହ

ଅନ୍ୟପକ୍ଷରେ ଘଟଣା ପଛରେ ଷଡ଼ଯନ୍ତ୍ର ଥିବା ସନ୍ଦେହ କରାଯାଇଥିଲା। ଷଡ଼ଯନ୍ତ୍ର ସନ୍ଦେହ କରିଥିଲେ ଖୋର୍ଧା ରୋଡ୍ ଡିଭିଜନ୍ ଡିଆରଏମ୍ ରିଙ୍କେଶ ରାୟ। ସାମ୍ବାଦିକ ସମ୍ମିଳନୀରେ କହିଥିଲେ ସବୁଜ ସିଗନାଲ୍ ଥିବାରୁ କରମଣ୍ଡଳ ଏକ୍ସପ୍ରେସ ମେନ୍ ଲାଇନରେ ଆଗକୁ ବଢ଼ିଥିଲା। ମେନ୍‌ ଲାଇନରୁ ଟ୍ରେନ ଲୁପ ଲାଇନକୁ ଡାଇଭର୍ଟ ହେବା କଳ୍ପନା ବାହାରେ। ସିଗନାଲିଂ ବ୍ୟବସ୍ଥାରେ ଏହା ସମ୍ଭବ ନୁହେଁ। ସିଗନାଲିଂ କ୍ଷେତ୍ରରେ ଏକ ଫୁଲ୍ ପ୍ରୁଫ୍ ସିଷ୍ଟମ କାମ କରେ। ସାମାନ୍ୟତମ ଅସୁବିଧା ଥିଲେ ମଧ୍ୟ ଗ୍ରିନ ସିଗନାଲ୍ ମିଳି ନ ଥାଏ। ତେଣୁ ସିଷ୍ଟମକୁ କେହି ଜାଣିଶୁଣି କ୍ଷତି ପହଞ୍ଚାଇ ପାରେ ବୋଲି ଅନୁମାନ କରାଯାଉଛି। ତେବେ ଏହା କେମିତି ହେଲା ତଦନ୍ତ ପରେ ଜଣାପଡ଼ିବ ବୋଲି କହିଥିଲେ। ରେଳ ବିଭାଗ ଷଡ଼ଯନ୍ତ୍ର ସନ୍ଦେହ କରିଥିଲେ ମଧ୍ୟ ଏ ନେଇ ଏତଲାରେ କୌଣସି ଦଫା ଲାଗିଲା ନାହିଁ। ବାଲେଶ୍ବର ଜିଆରପିରେ ରୁଜୁ ହୋଇଥିବା ମାମଲାକୁ ସିବିଆଇ ନେଇଥିଲା। କିନ୍ତୁ ଏଥିରେ ଷଡ଼ଯନ୍ତ୍ର ଦଫା ନ ଥିବା ବେଳେ ସିବିଆଇ ମୂଳ ମାମଲା ଆଧାରରେ ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ କହିଛନ୍ତି, ମୂଳରୁ ଦଫା ଲାଗି ନ ଥିଲେ ମଧ୍ୟ ତଦନ୍ତ ସମୟରେ ଯଦି ଷଡ଼ଯନ୍ତ୍ରର ପ୍ରମାଣ ମିଳେ ତାହେଲେ ସିବିଆଇ ଦଫା ଲଗାଇ ପାରିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।