ଅପରାଧ ଦେଶ ବିଦେଶ

ବାସମତି ଚାଉଳ ପ୍ୟାକେଟରେ ଚରସ, କଚ୍ଛ ଉପକୂଳରୁ ଧରିଲା ବିଏସଏଫ୍

ନୂଆଦିଲ୍ଲୀ,୧୩/୦୬: ଗୁଜରାଟରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ୧୦ ପ୍ୟାକେଟ୍‌ ଚରସ ଜବତ କରିଛି । ବାସମତି ଚାଉଳ ପ୍ୟାକେଟ୍‌ରେ ଏହା ଯାଉଥିଲା । ଗୁଜରାଟର କଚ୍ଛ ଜିଲ୍ଲା ନିକଟବର୍ତ୍ତୀ ଜାଖାଉ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଏହାକୁ ଠାବ କରାଯାଇଛି । ‘କୋବ୍ରା ବ୍ରାଣ୍ଡ୍‌ କୋହିନୂର’ ବାସମତି ଚାଉଳ ପ୍ୟାକେଟ୍‌ ମଧ୍ୟରେ ଏହାକୁ ଲୁଚାଯାଇ ଚାଲାଣ କରାଯାଉଥିଲା । ପାକିସ୍ତାନରୁ ଏହା ଆସିଥିବା ଅନୁମାନ କରାଯାଉଛି । ବିଏସ୍‌ଏଫ୍‌ ଭୁଜ ଏହାକୁ ଜବତ କରିଥିବା ଜଣାପଡ଼ିଛି ।

ବିଏସ୍‌ଏଫ୍‌ ଓ ଅନ୍ୟ ଏଜେନ୍ସି ଦ୍ୱାରା ୨୦୨୨ ମେ ୨୦ ପରଠାରୁ ଏ ପର୍ଯ୍ୟନ୍ତ ୧,୫୧୬ ପ୍ୟାକେଟ୍‌ ନିଶାଦ୍ରବ୍ୟ ଜବତ ହେଲାଣି । ସପ୍ତାହେ ତଳେ କଚ୍ଛ ଜିଲ୍ଲାରୁ ୪୯ ପ୍ୟାକେଟ୍‌ ହେରୋଇନ୍‌ ଜବତ ହୋଇଥିଲା, ଯାହାର ଆନୁମାନିକ ମୂଲ୍ୟ ୨୫୦ କୋଟି ଟଙ୍କା ଥିଲା । ଏକ ପାକିସ୍ତାନୀ ଡଙ୍ଗାରେ ଏହି ହେରୋଇନ୍‌ ଚାଲାଣ ହୋଇଥିବା ଗୁଜରାଟ ଆତଙ୍କବାଦ ନିରୋଧ ସ୍କ୍ୱାଡ (ଏଟିଏସ୍‌) ସୂଚନା ଦେଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ