ରାଜ୍ୟ

ବାଲେଶ୍ବରରେ କର୍ଫ୍ୟୁ କଟକଣା ଆଂଶିକ କୋହଳ: ହାଟବଜାରରେ ପ୍ରବଳ ଜନଗହଳି

ବାଲେଶ୍ବର: ବାଲେଶ୍ବର ସହରରେ ଆଜି ସକାଳୁ ଜନଜୀବନ ସ୍ବାଭାବିକ ହୋଇଛି। ସକାଳେ ଦୋକାନବଜାର ଖୋଲିଛି। ହାଟବଜାରରେ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଛି। ସକାଳ ୫ରୁ ଦିନ ୨ଟା ଯାଏ କର୍ଫ୍ୟୁ କଟକଣା ଆଂଶିକ କୋହଳ ହୋଇଥିବା ହେତୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହାସହିତ ବ୍ରଡ୍‌ବ୍ୟାଣ୍ଡ ଇଣ୍ଟରନେଟ୍‌ ସେବା ଚାଲୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ମୋବାଇଲ ଇଣ୍ଟରନେଟ୍‌ ଉପରେ ପୂର୍ବ ପରି କଟକଣା ଜାରି ରହିବ ବୋଲି ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ,୬ ଦିନ ହେଲା କର୍ଫ୍ୟୁ ବଳବତ୍ତର ରହିଥିବାରୁ ବାଲେଶ୍ବର ସହରରେ ଜନଜୀବନ ଏକପ୍ରକାର ଅଚଳ ହୋଇପଡ଼ିଥିଲା। ସାନ୍ଧ୍ୟ ଆଇନ ସାଙ୍ଗକୁ ଇଣ୍ଟରନେଟ୍‌ ସେବା ବନ୍ଦ ରହିଥିବାରୁ ବ୍ୟାଙ୍କ, ସରକାରୀ ଓ ବେସରକାରୀ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଯଦିଓ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଗୁରୁବାର ୪ ଘଣ୍ଟା ଓ ଶୁକ୍ରବାର ୬ ଘଣ୍ଟା କର୍ଫ୍ୟୁ କୋହଳ କରାଯାଇଥିଲା।

ସୋମବାର ଅପରାହ୍ନରେ ସୁନହଟଠାରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଅନ୍ୟ ଅଞ୍ଚଳକୁ ବ୍ୟାପିବାରୁ ମଙ୍ଗଳବାରଠାରୁ ପୌରାଞ୍ଚଳରେ ସାନ୍ଧ୍ୟ ଆଇନ୍ (କର୍ଫ୍ୟୁ) ଜାରି କରିଥିଲା ପ୍ରଶାସନ। ହିଂସାକାଣ୍ଡରେ ସଂପୃକ୍ତ ୬୫ ଜଣଙ୍କୁ ପୁଲିସ ବିଭିନ୍ନ ଅଞ୍ଚଳରୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବା ଲାଗି ତନାଘନା ଜାରି ରଖିଛି।ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ଓ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଆର୍‌ଏସ୍‌ ଗୋପାଳନ ସ୍ଥିତି ଉପରେ ସମୀକ୍ଷା କରିଥିଲେ। ଖୁବ୍‌ଶୀଘ୍ର ସହରରେ ସ୍ବାଭାବିକ ଅବସ୍ଥା ଫେରିବ ବୋଲି ଉଭୟ ପ୍ରତିଶ୍ରୁତି ଦେଇଥିଲେ। ତେବେ, ଏବେ ବି ସହରକୁ ୩୪ ପ୍ଲାଟୁନ୍‌ ପୁଲିସ ଫୋର୍ସ ଓ ୬ କମ୍ପାନି ଅର୍ଦ୍ଧ ସାମରିକ ବଳ ଜଗିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।