ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲୁପାଙ୍ଗା ପ୍ରାଥମିକ ବିଦ୍ୟାଳୟର ବିକଳ ଚିତ୍ର: ୫ଟି ଶ୍ରେଣୀକୁ ଦୁଇଟି କକ୍ଷ, ଦୁଇ ଜଣ ଶିକ୍ଷୟିତ୍ରୀ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବିଭିନ୍ନ ସମୟରେ ଦେଖୁବାକୁ ମିଳୁଛି। ବିଦ୍ୟାଳୟ ଅଛି ପିଲା ଅଛନ୍ତି ହେଲେ ପଢେଇବାକୁ ଶିକ୍ଷକ ନାହାନ୍ତି। ସେଇଭଳି ବିଦ୍ୟାଳୟରେ ପିଲା ବସି ପାଠ ପଢିବା ନିମନ୍ତେ ପର୍ଯ୍ୟାପ୍ତ ଶ୍ରେଣୀ ଗୃହ ନାହିଁ କହିବାକୁ ଗଲେ ଅଧିକାଂଶ ବିଦ୍ୟାଳୟ ନାହିଁ ନାହିଁରେ ଚାଲିଛି। ସର୍ବଶିକ୍ଷା ଅଭିଯାନର ସ୍ଲୋଗାନ ସମସ୍ତେ ପଢିବେ ସମସ୍ତେ ବଢ଼ିବେ ଏହି ସ୍ଲୋଗାନ ସ୍ଲୋଗାନରେ ରହିଯାଇଛି। ପ୍ରାଥମିକ ଶିକ୍ଷା ଏକ ପ୍ରକାର କାମ ଚଳାରେ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଏନଏସି ର ୧୩ନଂ ୱାର୍ଡରେ ଅବସ୍ଥିତ ବାଲୁପାଙ୍ଗା ପ୍ରାଥମିକ ବିଦ୍ୟାଳୟର ବିକଳ ଚିତ୍ର ଦେଖିଲେ ଆମ ଜିଲ୍ଲାର ଶିକ୍ଷାର କିଭଳି ଅବସ୍ଥା ରହିଛି ସହଜରେ ଅନୁମାନ କରିହେବ। ବାଲୁପାଙ୍ଗା ସହରରେ ଅବସ୍ଥିତ ହେଲେ ଏଠି ଥିବା ପ୍ରାଥମିକ ବିଦ୍ୟାଳୟ ଟି ନାହିଁ ନାହିଁ ରେ ଚାଲିଛି। ଏହି ପ୍ରାଥମିକ ବିଦ୍ୟାଳୟରେ ମୋଟ ୫ଟି ଶ୍ରେଣୀ ଥିବା ବେଳେ ୬୬ଜଣ ଛାତ୍ର ଛାତ୍ରୀ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଛନ୍ତି। ବିଦ୍ୟାଳୟରେ ମାତ୍ର ଦୁଇଟି ଶ୍ରେଣୀ ଗୃହ ଅଛି ଏବଂ ଦୁଇ ଜଣ ଶିକ୍ଷୟତ୍ରୀ କାର୍ଯ୍ୟରତ ଅଛନ୍ତି। ଦୁଇଟି ଶ୍ରେଣୀ ଗୃହରେ ଚାଲିଛି ଅଫିସ ଏବଂ ପିଲାଙ୍କ ପାଠପଢା।

ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ତିନି ଗୋଟି ଶ୍ରେଣୀର ପିଲା ଗୋଟିଏ କୋଠରୀରେ ବସୁଥିବା ବେଳେ ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀ ଦୁଇଟି ଶ୍ରେଣୀର ପିଲା ଗୋଟିଏ କୋଠରୀରେ ବସି ପାଠ ପଢ଼ୁଥିବା ବିକଳ ଚିତ୍ର ଦେଖିଲେ ମନରେ ପ୍ରଶ୍ନ ଉଠିବ ଏମିତି ବି ପାଠ ପଢା ହେଉଛି। ଏଠି ପାଠ ପଢା ହେଉଛି ନା ଶିକ୍ଷକମାନେ ପିଲାଙ୍କୁ ଜଗୁଆଳି ଭଳି କେବଳ ଯଗି ରହୁଛନ୍ତି ସେନଇ ମଧ୍ୟ ପ୍ରଶ୍ନ ଉଠୁଛି। ବିଦ୍ୟାଳୟର ଖାଲିଥିବା ଶିକ୍ଷକ ପଦବୀ ଏବଂ ଶ୍ରେଣୀ ଗୃହ ମୁଖ୍ୟ ଏହି ଦୁଇଟି ସମସ୍ୟାକୁ ଛାଡିଦେଲେ ଅନ୍ୟ ସମସ୍ୟା ଗୁଡିକ ହେଲା ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ରୋଷେଇ ନିମନ୍ତେ ରୋଷେଇ ଗୃହ ନାହିଁ ପିଲା ମଧ୍ୟାହ୍ନ ଭୋଜନ ଖାଇବା ନିମନ୍ତେ ବସିବାକୁ ସ୍ଥାନ ନାହିଁ ଖୋଲା ଆକାଶ ତଳେ ପିଲା ମଧ୍ୟାହ୍ନ ଭୋଜନ ଖାଉଥିବା ଦେଖିବାକୁ ମିଳିଛି। ମାଳମାଳ ସମସ୍ୟା ଭିତରେ ସହର ଭିତରେ ଥିବା ଏକ ବିଦ୍ୟାଳୟର ଯଦି ଏହିଭଳି ଅବସ୍ଥା ତାହାହେଲେ ଗ୍ରାମାଞ୍ଚଳର ପ୍ରାଥମିକ ଶିକ୍ଷାର କିଭଳି ସ୍ଥିତି ଏଥିରୁ ସ୍ପଷ୍ଟ ହୋଇଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।