ଅପରାଧ ରାଜ୍ୟ

ବାଲି ମାଫିଆଙ୍କ ଦାଦାଗିରି, ଥାନାର ଦ୍ୱାରସ୍ଥ ହେଲେ ତରଭା ଗ୍ରାମବାସୀ

ଆନନ୍ଦପୁର ୧୪/୧୦: ଆନନ୍ଦପୁର ଉପଖଣ୍ଡ ହାଟଡିହି ତହସିଲ ଅଧିନ ତରଭା ଗାଁ ଲୋକେ ଏବେ ବାଲି ମାଫିଆଙ୍କ ଆକ୍ରୋଶର ଶିକାର । ଗାଁ ନିକଟ ବୈତରଣୀ ନଦୀରୁ ଦୀର୍ଘଦିନ ଧରି ମାଫିଆ ମାନେ ବାଲି ଚୋରା ଚାଲାଣ କରୁଥିଲେ । ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଆଖିବୁଜି ବସିଥିବାବେଳେ କିଛିଦିନ ତଳେ ଗାଁ ଲୋକେ ମିଳିମିଶି ଘାଟ ନିକଟରେ ପ୍ରତିବାଦ କରିଥିଲେ । ସେହିଦିନ ଠାରୁ ବାଲି ଉଠାଣ ବନ୍ଦ ରହିଛି ।

ହେଲେ ଗାଁ ଲୋକଙ୍କ ପ୍ରତି ଆକ୍ରୋଶ ରଖି ଯାତାୟାତ ସମୟରେ ମାଫିଆ ମାନେ ଲୋକଙ୍କୁ ଟେକା ପଥର ମାରିବା ସହ ବାଇକ୍ ରାସ୍ତାରେ ଅଟକାଇ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ଏବେ ଗାଁ ଲୋକେ ମାଫିଆଙ୍କ ଭୟରେ ଘରୁ ବାହାରିବାକୁ ସୁରକ୍ଷିତ ମଣୁନାହାଁନ୍ତି । ଆଜି ବାଧ୍ୟ ହୋଇ ଗାଁ ଲୋକେ ମାଫିଆଙ୍କ ଦୌରାତ୍ମ୍ୟ ସମ୍ପର୍କରେ ଆନନ୍ଦପୁର ଥାନା ଅଧିକାରୀ ଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ଉପଜିଲ୍ଲାପାଳଙ୍କୁ ମଧ୍ୟ ଭେଟି ନିଜ ସୁରକ୍ଷା ଦାବି କରିଛନ୍ତି ଗ୍ରାମବାସୀ । ତୁରନ୍ତ ବାଲିଘାଟ ରାସ୍ତାରେ ଡ୍ରେନ୍‌ ଖୋଲାଯାଇ ବାଲିଚୋରି ରୋକିବାକୁ ପଦକ୍ଷେପ ନେବା ସହ ଏସଡିପିଓଙ୍କୁ ଲୋକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିବା କହିଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।