ଅପରାଧ ରାଜ୍ୟ

ବାଲି ମାଫିଆଙ୍କ ଦବଙ୍ଗଗିରି, ଚଢାଉ ବେଳେ ଅତିରିକ୍ତ ତହସିଲଦାର ଓ ତିନି ଆରଆଇଙ୍କୁ ଆକ୍ରମଣ

ଖଲ୍ଲିକୋଟ ୦୮।୦୫ : ବାଲି ମାଫିଆଙ୍କ ଦୌରାତ୍ମ୍ୟ । ଅତିରିକ୍ତ ତହସିଲଦାରଙ୍କ ସହ ତିନି ଆରଆଇଙ୍କୁ ବାଲି ମାଫିଆଙ୍କ ଆକ୍ରମଣ। ଗଞ୍ଜାମ ତହସିଲ ଅଧିନ ମାଳିଜଗନ୍ନାଥପୁର ଗାଁ ନିକଟରେ ବାଲି ଚୋରା ଚାଲାଣ ଅଭିଯୋଗ ପାଇ ଚଢାଉ ବେଳେ ଗଞ୍ଜାମ ଅତିରିକ୍ତ ତହସିଲଦାର ଏବଂ ତିନି ଆରଆଇଙ୍କୁ ବାଲି ମାଫିଆ ଆକ୍ରମଣ କରିଛନ୍ତି ।

ଖବର ଅନୁଯାୟୀ, ମାଳିଜଗନ୍ନାଥପୁର ଗାଁ ନିକଟ ଋଷିକୁଲ୍ୟା ନଦୀ ନିକଟରେ ରାତିରେ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବାର ତହସିଲ ପକ୍ଷରୁ ଖବର ପାଇ ଗଞ୍ଜାମ ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା ଓ ତିନି ଆରଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରା ଉକ୍ତ ସ୍ଥାନରେ ଚଢ଼ାଉ କରୁଥିଲେ । ଠିକ୍‌ ଏହି ସମୟରେ ଚାରି ଜଣ ବାଲି ମାଫିଆ ହଠାତ୍ ତାଙ୍କୁ ଆକ୍ରମଣ କରିଥିଲେ । ଏପରିକି ପିସ୍ତଲ ଦେଖାଇ ଭୟଭୀତ କରିବା ସହ ମୁଦି, ସୁନା ଚେନ୍‌, ମୋବାଇଲ ଫୋନ, ପର୍ସ ଛଡେ଼ଇ ନେଇଥିବା ଅଭିଯୋଗ ହୋଇଛି । ଜୀଵନ ବଞ୍ଚେଇବାକୁ ଯାଇ ଭୟରେ ସେଠାରୁ ଅଧିକାରୀମାନେ ପଳେଇଆସିଥିଲେ | ଘଟଣା ସମ୍ପର୍କରେ ତୁରନ୍ତ ତହସିଲଦାର ଓ ପୋଲିସକୁ ଅବଗତ କରାଇଥିଲେ | ଆକ୍ରମଣର ଶିକାର ହୋଇଛନ୍ତି ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା, ଆରଆଇ ଭାସ୍କର ସାହୁ, ସୀତାରାମ ସାହୁ ଏବଂ ସୁଶାନ୍ତ କୁମାର ବେହେରା । ଖବର ପାଇଁ ଛତ୍ରପୁର ଏସଡିପିଓ ଗୌତମ କିଷାନ, ଗଞ୍ଜାମ ଥାନା ଅଧିକାରୀ ପହଂଚି ତଦନ୍ତ କରୁଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।