ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲି ଦର ବୃଦ୍ଧି ପ୍ରତିବାଦରେ ଟ୍ରାକ୍ଟର ସଂଘର ରାଲି ଓ ବିକ୍ଷୋଭ

ଫୁଲବାଣୀ ୨୫।୭: ପ୍ରଶାସନର ବାଲି ଉପରେ ମାତ୍ରାଧିକ ପେନାଲିଟିର ପ୍ରତିବାଦ କରି ସୋମବାର ଶତାଧିକ ଟ୍ରାକ୍ଟର ମାଲିକ କୃଷି ବିଭାଗ ଛକରୁ ଏକ ରାଲିରେ ବାହାରି ମୁଖ୍ୟ ରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

କନ୍ଧମାଳ ଜିଲ୍ଲାରେ ବାଲିର ଦର ବୃଦ୍ଧି ପାଇଁ ପ୍ରଶାସନ ପଦକ୍ଷେପ ନେଉଥିବାରୁ ଦୀର୍ଘ ଏକ ମାସ ଧରି ଟ୍ରାକ୍ଟର ସବୁ ବନ୍ଦ ରହିଛି । ଫଳରେ ଘର ନିର୍ମାଣ କରୁଥିବା ଲୋକେ, ଠିକା କାମ କରୁଥିବା ଠିକାଦାରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ପ୍ରଶାସନ ବାଲି ପରିବହନ ବୃଦ୍ଧି ନିଷ୍ପତ୍ତି ପୂର୍ବରୁ କୌଣସି ଠିକାଦାର, ଟ୍ରାକ୍ଟର ମାଲିକ କିମ୍ବା ନିର୍ମାଣ ଠିକାଦାରଙ୍କ ମତାମତ ନ ନେଇ ପ୍ରଶାସନ ଏକଛତ୍ରବାଦ ଭାବେ ନିଷ୍ପତ୍ତି ନେଇ ନଥିବା ଅଭିଯୋଗ କରିଛି ସଙ୍ଘ । ପଟୁବାଲିକୁ ମହାନଦୀ ବାଲିର ମାନ୍ୟତା ନଦେବାକୁ ସଙ୍ଘ ଦାବି କରିଛି । ପେନାଲିଟି ବଦଳରେ ରୟାଲିଟି ଦେବାକୁ କହୁଛି ସଙ୍ଘ । ପେନାଲଟି ପଡିଲେ ବାଲି ଟ୍ରାକ୍ଟର ଲୋଡ ବର୍ତ୍ତମାନ ୧୧ଶହ ଥିବାବେଳେ ଏହା ୨୬ ଶହ ଟଙ୍କାକୁ ବୃଦ୍ଧିପାଇବ । ଯାହାକି ଲୋକଙ୍କୁ ବାଧିବ ବୋଲି ସଙ୍ଘ ଉପଦେଷ୍ଟା ଅଶୋକ ପରିଡ଼ା କହିଛନ୍ତି । ଏଣୁ ସରକାର ଓ ଜିଲ୍ଲା ପ୍ରଶାସନ ଦାବିର ବିଚାର କରିବା ଲାଗି ସମ୍ପାଦକ ଅମରେନ୍ଦ୍ର ପଟ୍ଟନାୟକ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।