ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲିଯାତ୍ରାରେ ୩୦ ଲକ୍ଷର ପାସ୍ କେଳେଙ୍କାରୀ!

କଟକ : ବାଲିଯାତ୍ରାରେ ଏଥର ଦୋଳି ପାସ୍‌ରେ ବଡ଼ଧରଣର କେଳେଙ୍କାରୀ ହୋଇଛି। କଟକର ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଦିଆଯାଇଥିବା ଦୋଳି ପାସ୍ ଜାଲିଆତି ହୋଇ ବିକ୍ରି ହୋଇଛି। ପାଖାପାଖି ୧୦ ହଜାର ପାସ୍ ଜାଲିଆତି ହୋଇଛି। ଏହାଦ୍ବାରା ବାଲିଯାତ୍ରାରେ ଦୋଳି ବ୍ୟବସାୟ କରିଥିବା ସଂସ୍ଥାଗୁଡ଼ିକ ପ୍ରାୟ ୩୦ ଲକ୍ଷ ଟଙ୍କା କ୍ଷତି ସହିଥିବା ଦୋଳି ବ୍ୟବସାୟୀ ସଂଘ ଅଭିଯୋଗ କରିଛି। ଏ ନେଇ କ୍ୟାଣ୍ଟନମେଣ୍ଟ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନଥିବାରୁ ସଂଘ ଅସନ୍ତୋଷ ପ୍ରକାଶ କରିଛି।

ସୂଚନା ଅନୁଯାୟୀ, ବାଲିଯାତ୍ରାରେ ଚଳିତବର୍ଷ ୭ ଜଣ ଦୋଳି ମାଲିକ ୩୫ଟି ଦୋଳି ପକାଇଥିଲେ। ଏଥିରେ ଟୋରାଟୋରା, ନୌକା, ଡ୍ରାଗନ୍, ରାମଦୋଳି, ବ୍ରେକ ଡ୍ୟାନ୍ସ ଇତ୍ୟାଦି ଥିଲା। ଦୋଳି ମିନାବଜାର ମହାସଂଘ ପକ୍ଷରୁ ପାଖାପାଖି ୬ ହଜାର ପାସ୍ ସରକାରୀ ଅନୁଷ୍ଠାନକୁ ବଣ୍ଟାଯାଇଥିଲା। କିନ୍ତୁ ଏହି ପାସ୍‌କୁ ଜାଲିଆତି କରାଯାଇଛି। ପାଖାପାଖି ୧୦ ହଜାର ଜାଲି ପାସ୍ ଛପାଯାଇଥିବା ମହାସଂଘ ଆକଳନ କରୁଛି। ମହାସଂଘର ଅଭିଯୋଗ ଅନୁଯାୟୀ, ରାଣୀହାଟ, ଶଙ୍କରପୁର, ଷ୍ଟେସନବଜାର ଭଳି ଅଞ୍ଚଳର କିଛି ବ୍ୟକ୍ତି ଏହି ପାସ୍ ଜାଲିଆତି କରି ସହରରେ ବିକ୍ରି କରିଛନ୍ତି। ପାସ୍ ପିଛା ୧୦୦ରୁ ୨୦୦ ଟଙ୍କାରେ ବିକ୍ରି ହୋଇଛି। ଏଭଳି ଜାଲିଆତି ଦ୍ବାରା ଦୋଳି ବ୍ୟବସାୟଙ୍କ ପ୍ରାୟ ୩୦ ଲକ୍ଷ ଟଙ୍କା କ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି।

ଦୋଳି ମିନାବଜାର ମହାସଂଘର ସମ୍ପାଦକ ତଥା ଶିରିଡ଼ି ସାଇ ବାବା ଏଣ୍ଟରପ୍ରାଇଜର୍ସ ମାଲିକ ଅଭିଷେକ ଜେନା ଏ ସମ୍ପର୍କରେ କ୍ୟାଣ୍ଟନମେଣ୍ଟ ଥାନାରେ ଲିଖିତ ଏତଲା ଦେଇଛନ୍ତି। ପୁଲିସ ଦଫା ୪୨୦, ୩୪ ରେ ଏକ ମାମଲା(ନଂ.- ୧୬୨) ରୁଜୁ କରିଛି। ଅସଲି ପାସକୁ ପ୍ରିଣ୍ଟ କରିବା ପରେ ଏଥିରେ ନକଲି ଷ୍ଟାମ୍ପ ଓ ଦସ୍ତଖତ ଥିବା ଦେଖିବାକୁ ମିଳିଛି। ଅସଲି ପାସ୍‌ଠୁ ଏହି ପାସ୍ ଆକରରେ ବଡ଼ ହୋଇଥିବା ବେଳେ କେଉଁଠାରେ ଛପାଯାଇଛି, ସେ ନେଇ କୌଣସି ସୂଚନା ମିଳିପାରୁ ନାହିଁ। ତେବେ ବିଭିନ୍ନ ଦୋଳି ବ୍ୟବସାୟୀମାନେ ନକଲି ପାସ୍ ସହିତ ପାଖାପାଖି ୬୦ ଜଣ ଯୁବକଙ୍କୁ ବାଲିଯାତ୍ରା ପଡ଼ିଆରେ କାବୁ କରି କ୍ୟାଣ୍ଟନମେଣ୍ଟ ଥାନା ପୁଲିସର ଜିମା ଦେଇଥିଲେ। କିନ୍ତୁ ଏମାନଙ୍କୁ ଗିରଫ କରାଯାଇ ନଥିବା ଦୋଳି ମିନାବଜାର ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଏଭଳି ଜାଲିଆତି ଘଟଣାରେ ତଦନ୍ତ କରି ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ମହାସଂଘ ଦାବି କରିଥିବା ସୂଚନା ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।