ରାଜ୍ୟ

ବାଲିଗୁଡା ନିର୍ବାଚନମଣ୍ଡଳୀ: ତିନି ଦଳର ସମରସଜ୍ଜା

ବାଲିଗୁଡା: ନିର୍ବାଚନ ବିଗୁଲ ବାଜିବା ପରେ କନ୍ଧମାଳର ବାଲିଗୁଡା ଆସନରେ ରାଜନୈତିକ ତାତି ଦେଖାଦେଇଛି। ନିର୍ବାଚନ ମଇଦାନକୁ ତିନି ଦଳ ଏବେ ଲମ୍ପ ମାରିଛନ୍ତି। ଲଗାତର ଦୁଇ ଥର ବିଜୟର ସ୍ୱାଦ ଚାଖିଥିବା ବିଜେଡି ଏବେ ହ୍ୟାଟ୍ରିକ୍‌ ଲକ୍ଷ୍ୟରେ ରହିଥିବା ବେଳେ ପ୍ରତିଥର କମ୍‌ ଭୋଟ ବ୍ୟବଧାନରେ ପରାଜୟ ସ୍ୱୀକାର କରିଥିବା କଂଗ୍ରେସ ମଧ୍ୟ ରଣ ହୁଙ୍କାର ଦେଲାଣି । ବିଜେପି ମଧ୍ୟ ପଛରେ ପଡିନାହିଁ। ଏକଦା କଂଗ୍ରେସର ଦୁର୍ଗ ଥିଲା ଏହି ଆସନ। ହେଲେ ଗତ ଦୁଇଟି ନିର୍ବାଚନରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଆସୁଛି। ଶାସକ ବିଜେଡି ଏଠାରୁ ଜିତିଆସୁଛି। ୨୦୧୪ରେ ଏଠାରୁ ଶାସକ ବିଜେଡିରୁ ରାଜୀବ ପାତ୍ର ଓ ଗତ ୨୦୧୯ରେ ଶାସକ ଦଳର ବିଧାୟକ ଚକ୍ରମଣି କହଁର କମ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ। ହେଲେ ଏଠାରେ ବିଜେପିର ଦମ୍‌ କିଛି କମ ନୁହେଁ । ବିଜେଡି ବିଜେପି ମେଣ୍ଟ ସମୟରେ ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ଏଠାରେ ବିଜେପି ବିଧାୟକ ରହିଥିଲେ। ବିଜେଡି ବିଜେପି ମେଣ୍ଟ ପରେ ଦଙ୍ଗା ପରବର୍ତୀ ସମୟରେ ପୁଣି ବିଜେପି ଏଠାରୁ ଗଡ ହାତେଇବାରେ ସକ୍ଷମ ହୋଇଥିଲା।

ହ୍ୟାଟ୍ରିକ୍‌ ‌ଲକ୍ଷ୍ୟରେ ବିଜେଡି, ଟକ୍କର ଦେବାକୁ ସଜ ହେଉଛି ବିଜେପି
ଲଗାତାର ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ଏଥର ବିଜୟୀ ଆଶାରେ

ଏବେ କିନ୍ତୁ ତିନି ଦଳ ଅଣ୍ଟା ଭିଡ଼ୁଛନ୍ତି। ଶାସକ ବିଜେଡି ତାର ଅଭିଯାନ ଜୋରଦାର କରିଛି। ନବୀନଙ୍କ ସୁଶାସନ ଓ ସ୍ଥାନୀୟ ଅ଼ଞ୍ଚଳର ବିକାଶକୁ ନେଇ ଦଳ ନିର୍ବାଚନ ବୈତରଣୀ ପାର ହେବା ଆଶା କରିଛି। ବୁଥ ସ୍ତରରୁ ଦଳକୁ ସଂଗଠିତ କରିବା ପାଇଁ ବିଜେଡି ଉଦ୍ୟମ ଆରମ୍ଭ କରିଛି। ବ୍ଲକ ବିଜେଡି ସଭାପତି ଟୁନା ଦାସ, ବାଲିଗୁଡ଼ା ବ୍ଲକ ବିଜେଡି ପର୍ଯ୍ୟବେକ୍ଷକ ଅଜୟ କୁମାର ମହାରଣା ଓ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ ଘନ ଘନ ବାଲିଗୁଡ଼ା ଗସ୍ତ କରି ତୃଣମୂଳ ସ୍ତରରେ ଲୋକଙ୍କୁ ଭେଟି ଦଳୀୟ ସଂଗଠନକୁ ମଜବୁତ କରିବାରେ ଉଦ୍ୟମ ଚଳାଇଛନ୍ତି। କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମଧ୍ୟ ଦଳର ଶକ୍ତି ବଢ଼ାଇବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏସବୁ ଦଳର ବିଜୟ ଧାରାରେ ସହାୟକ ହେବ ବୋଲି ବିଜେଡି ବ୍ଲକ ସଭାପତି ତଥା ସାଂସଦ ପ୍ରତିନିଧି ଟୁନା ଦାସ ମତବ୍ୟକ୍ତ କରିଛନ୍ତି। ସେପଟେ ଗାଁ, ଆଦିବାସୀ ଓ ସଂଖ୍ୟାଲଘୁ ଭୋଟରଙ୍କ ଭୋଟ ଉପରେ ଆଖି ପକାଇଛି କଂଗ୍ରେସ। ଗ୍ରାମାଞ୍ଚଳରେ ବିଭିନ୍ନ ସଭାସମିତି କରି ଘର ସଜାଡୁଛି ଦଳ। ଏଥର ପୂରା ଦମ୍‌ରେ ନିର୍ବାଚନ ଲଢ଼ିବୁ ବୋଲି କଂଗ୍ରେସର ପୂର୍ବତନ ଲୋକସଭା ପ୍ରାର୍ଥୀ ତଥା କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ ଦୃଢୋକ୍ତି କରିଛନ୍ତି। ଅନ୍ୟପଟେ ମୋଦୀଙ୍କ ଗ୍ୟାରେଣ୍ଟିର ନାରା ଦେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେପି ଏଥର ବୁଥ୍‌ କମିଟି ମାନ ଗଠନ କରି ନିର୍ବାଚନ ମଣ୍ଡଳୀରେ ଅବତୀର୍ଣ୍ଣ ହେବ ବୋଲି ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ କହିଛନ୍ତି। ବାଲିଗୁଡ଼ାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହିଥିବା ସମସ୍ୟାକୁ ଅସ୍ତ୍ର କରି ଏଥର ଦଳ ନିର୍ବାଚକୁ ଓହ୍ଲାଇବ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।