ରାଜ୍ୟ ସ୍ୱାସ୍ଥ୍ୟ

ବାଲିଆ ବାଣ ବିସ୍ଫୋରଣ ଘଟଣା: ବନ୍ଦ ଘରେ ୮୫ ବର୍ଷୀୟା ବୃଦ୍ଧା

କେନ୍ଦ୍ରାପଡ଼ା : ବାଲିଆ ବାଣ ବିସ୍ଫୋରଣ ଘଟଣାର କରୁଣ ଚିତ୍ର ସାମ୍ନାକୁ ଆସିଛି। ପୁଲିସ ଭୟରେ ଜଣେ ୮୫ବର୍ଷୀୟ ବୃଦ୍ଧା ୫ଦିନ ହେବ ଏକ ବନ୍ଦଘରେ ରହିଛନ୍ତି। ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡ଼ିରହିଛନ୍ତି।

ଏହି ଅସହାୟ ବୃଦ୍ଧା ହେଉଛନ୍ତି ରାଧା ବେଵା। ସୂଚନା ଅନୁସାରେ, ରାଧାଙ୍କ ଜ୍ବାଇଁ ଗୁରୁଚରଣ ମଳିକ ଓ ନାତି ପୁଲିସ ଗିରଫ ଭୟରେ ଘରେ ତାଲା ମାରି ପଳାଇଛନ୍ତି। ବାର୍ଧକ୍ୟଜନିତ କାରଣରୁ ବୃଦ୍ଧାଜଣଙ୍କ ଚଲାବୁଲା କରିପାରୁ ନଥିବାରୁ ଏକାକୀ ସେ ବନ୍ଦ ଘରେ ପଡ଼ି ରହିଛନ୍ତି। ସାହିର ଅନ୍ୟ ମହିଳାମାନେ ୫ଦିନ ହେବ ଗ୍ରିଲ୍‌ ତଳ ଫାଙ୍କ ବାଟେ ତାଙ୍କୁ ଖାଇବାକୁ ଦେଉଛନ୍ତି। ସେହି ଗୋଟିଏ ଜାଗାରେ ଖାଇବା ସହିତ ଶୌଚ ବି କରୁଛନ୍ତି। ପରିସ୍ରା, ଝାଡ଼ା ଗନ୍ଧ ଏତେ ଉତ୍କଟ ହେଉଛି ଯେ ଗ୍ରିଲ୍‌ ବାହାରେ ବି ଜଣେ ଠିଆ ହେଇପାରିବ ନାହିଁ। ଖବର ସ˚ଗ୍ରହ କରିବାକୁ ଯାଇଥିବା ଗଣମାଧୢମ ପ୍ରତିନିଧି ହସ୍ତକ୍ଷେପ କରିବା ପରେ ସ˚ଧ୍ୟାରେ କୌଣସିମତେ ସ୍ଥାନୀୟ ସରପ˚ଚଙ୍କ ଜରିଆରେ ଗ୍ରିଲ୍‌ ତାଲା ଖୋଲାଯାଇ ବୃଦ୍ଧାଙ୍କୁ ସେହି ଘରର ଅନ୍ୟ ଏକ କୋଣକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। କେବଳ ଏହି ଜଣେ ବୃଦ୍ଧା କାହିଁକି; ଉଭୟ ମଳିକ ଓ ଦାସ ସାହିର ଅନେକ ବୃଦ୍ଧ, ମହିଳା ଓ ଛୋଟପିଲା ଗଲା ୫ଦିନ ହେବ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗିରଫ ଭୟରେ ଅଧିକା˚ଶ ଘରେ ତାଲା ଝୁଲୁଥିବା ବେଳେ ଅନେକଙ୍କ ଚୁଲି ଜଳୁନି। ଓଳିଏ ଖାଇଲେ ଆର ଓଳିକୁ ଉପାସ। ବିସ୍କୁଟ୍‌ ଖାଇ କେହି କେହି ଦିନ କାଟୁଛନ୍ତି।

ଗତ ୨୩ ତାରିଖ ରାତିରେ ବାଣ ବିସ୍ଫୋରଣ ଘଟିବାର ପରଦିନ ପୁଲିସ ଦୁଇସାହିରୁ ୧୧ଜଣଙ୍କୁ ଉଠାଇ ନେଇଛି। ଏହି ଦୁଇ ଦଳିତସାହିର ଅଧିକା˚ଶ ଲୋକ ଶ୍ରମିକ ଶ୍ରେଣୀରେ। ପର ଘରେ ମୂଲ ଲାଗି ପେଟ ପୋଷନ୍ତି। ଏବେ ଯେତେବେଳେ ଘର ଚଳାଉଥିବା ପୁରୁଷ ଲୋକମାନେ ନାହାନ୍ତି, ସେତେବେଳେ ଘରେ ଚୁଲି ଜଳିବା ମୁସ୍କିଲ୍‌ ହୋଇପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ