କଳା ଓ ସଂସ୍କୃତି ଧର୍ମ

ବାରୁଣୀ ବୁଡ଼ର ବୃତ୍ତାନ୍ତ

ଆମର ଶାସ୍ତ୍ରୀୟ ବିଧାନରେ ଅନ୍ୟାନ୍ୟ ସ୍ନାନଯୋଗ ପରି ‘ବାରୁଣୀ ସ୍ନାନଯୋଗ’ ବି ଅଛି। ଚୈତ୍ର କୃଷ୍ଣ ତ୍ରୟୋଦଶୀରେ ବିଶେଷ ସ୍ଥିତିରେ ଏହି ସ୍ନାନଯୋଗ ପଡ଼େ। ଓଡ଼ିଆରେ ଏହା ‘ବାରୁଣୀ ବୁଡ଼’।
‘ବାରୁଣୀ’ର ଅନେକ ଅର୍ଥ ଅଛି। ଗୋଟିଏ ଅର୍ଥ ହେଉଛି- ସେ ବରୁଣଙ୍କର କନ୍ୟା। ଦେବତା ଓ ଅସୁରଙ୍କୁ ନେଇ ଯେଉଁ ସାଗର ମନ୍ଥନ ହୋଇଥିଲା, ସେଥିରୁ ଚନ୍ଦ୍ର, ଅମୃତ, ଅପ୍‌ସରା, ଉଚ୍ଚୈଶ୍ରବା ଅଶ୍ୱ, ଐରାବତ ହସ୍ତୀ ଓ ଲକ୍ଷ୍ମୀ ଆଦିଙ୍କ ପରି, ବାରୁଣୀ ମଧ୍ୟ ବାହାରିଥିଲେ। କିନ୍ତୁ ସେ ସାଗରରାଜ ବରୁଣଙ୍କର କନ୍ୟା ଭାବରେ ‘ବାରୁଣୀ’ ରୂପେ ପରିଚିତା ହେଲେ।

‘ବାରୁଣୀ’ ହେଉଛନ୍ତି ସୁରା ବା ମଦିରାର ଦେବୀ। ସମୁଦ୍ର ମନ୍ଥନରୁ ସେ ବାହାରିବା ପରେ, ଦେବତାମାନେ ତାଙ୍କୁ ସ୍ୱୀକାର କଲେ। ତେଣୁ ସେମାନେ ‘ସୁର’ ଭାବରେ ପରିଚିତ ହେଲେ। ସେହିପରି, ଅସୁରମାନେ ତାଙ୍କୁ ସ୍ୱୀକାର ନକରିବାରୁ ‘ଅସୁର’ ଭାବରେ ପରିଚିତ ହେଲେ।

କିନ୍ତୁ ବାରୁଣୀ ସ୍ନାନର ସଂପର୍କ ସାଗର ସହିତ। ବରୁଣ ହେଉଛନ୍ତି ସାଗରରାଜ ଏବଂ ସାଗର ତୀର୍ଥରାଜ। କାରଣ, ଗଙ୍ଗା ସମେତ ସବୁ ତୀର୍ଥନଦୀ ଯାଇ ସମୁଦ୍ରରେ ମିଶିଛନ୍ତି।

ଯେଉଁ ବର୍ଷ ଚୈତ୍ର କୃଷ୍ଣ ତ୍ରୟୋଦଶୀ ଶନିବାରରେ ପଡ଼େ ବା ସେଦିନ ଶତଭିଷା ନକ୍ଷତ୍ର ହୋଇଥାଏ, ତାହା ‘ବାରୁଣୀ ଯୋଗ’ ହୁଏ। ଯଦି ଚୈତ୍ର କୃଷ୍ଣ ତ୍ରୟୋଦଶୀ ଶନିବାରରେ ପଡ଼ିଥାଏ ଏବଂ ସେଦିନ ମଧ୍ୟ ଶତଭିଷା ନକ୍ଷତ୍ର ହୋଇଥାଏ, ତେବେ ତାହା ‘ମହାବାରୁଣୀ ଯୋଗ’ ହୁଏ। ଏହି ‘ବାରୁଣୀ ଯୋଗ’ ବା ‘ମହାବାରୁଣୀ ଯୋଗ’ରେ ଗଙ୍ଗାସ୍ନାନ କଲେ ଶତ ଶତ ଧର୍ମକାର୍ଯ୍ୟର ପୁଣ୍ୟ ଫଳ ମିଳେ। ତୀର୍ଥରାଜ ସମୁଦ୍ରରେ ଗଙ୍ଗାନଦୀ ମଧ୍ୟ ପଡ଼ିଥିବାରୁ ଏହିଦିନ ସମୁଦ୍ରରେ ସ୍ନାନ କଲେ ଏହି ପୁଣ୍ୟ ଫଳ ମିଳେ। ପୁରୀର ମହୋଦଧି ଏହି ବାରୁଣୀସ୍ନାନ ପାଇଁ ପ୍ରଶସ୍ତ। ଭାର୍ଗବୀ, ଋଷିକୁଲ୍ୟା ଓ ବୈତରଣୀ ଆଦି ସବୁ ସମୁଦ୍ରଗାମିନୀ ନଦୀରେ ମଧ୍ୟ ଏହି ତିଥିରେ ସ୍ନାନ ପୁଣ୍ୟଫଳ ଦେଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ