ଖେଳ ରାଜ୍ୟ

ବାରବାଟୀ ଟି-୨୦ ମ୍ୟାଚ୍‌ : ଆଜିଠୁ କାଉଣ୍ଟରରେ ମିଳିବ ଟିକେଟ, ରାତିରୁ ଭିଡ ଜମାଇଛନ୍ତି କ୍ରିକେଟପ୍ରେମୀ

କଟକ ୦୯।୦୬: ଭାରତ-ଦକ୍ଷିଣ ଆଫ୍ରିକା ହାଇ ଭୋଲଟେଜ ମ୍ୟାଚ ପାଇଁ ପ୍ରସ୍ତୁତ ବାରବାଟୀ । ଆଜିଠୁ କାଉଣ୍ଟରରେ ମିଳିବ ଟିକେଟ୍ । ସ୍ଥାୟୀ ନିର୍ମିତ କାଉଣ୍ଟର ସହ ଚଳିତ ଥର ଅଫଲାଇନ ଟିକେଟ ବିକ୍ରି ପାଇଁ ୩ଟି ନୂଆ କାଉଣ୍ଟରରେ ମଧ୍ୟ ଟିକେଟ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି। ଜଣେ ବ୍ୟକ୍ତି ଦୁଇଟି ଲେଖାଏଁ ଟିକେଟ କିଣି ପାରିବେ।

ତେବେ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ଦୁଇଟି କାଉଣ୍ଟର କରାଯାଇଛି । ସକାଳ ୯ଟାରୁ ଟିକେଟ ଶେଷ ହେବା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ। ଦର୍ଶକଙ୍କ ପାଇଁ କାଉଣ୍ଟରରେ ମୋଟ ୧୨,୦୯୩ ଟିକଟ ଉପଲବ୍ଧ ହେବ। ସେଥିରୁ ୧୩୬୨ ଦାମି ଟିକେଟ ଏବଂ ୧୦,୭୩୧ ଗ୍ୟାଲେରି ଟିକେଟ୍ ବିକ୍ରୟ ହେବ ବୋଲି ଓସିଏ ସମ୍ପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି । କର୍ପୋରେଟ ବକ୍ସର ଟିକେଟ ଏଥର କାଉଣ୍ଟରରେ ମିଳିବ ନାହିଁ ବୋଲି କୁହାଯାଉଛି।

ସେପଟେ ଅନ ଲାଇନ ବୁକ ହୋଇଥିବା ୫ ହଜାର ଟିକେଟ ମଧ୍ୟ ଗୁରୁବାରଠାରୁ ମିଳିବ। ଏଥିପାଇଁ କ୍ୟାମ୍ବ୍ରିଜ ସ୍କୁଲ ଓ ଖ୍ରୀଷ୍ଟ କଲିଜିଏଟ ସ୍କୁଲରେ ତିନୋଟି ଲେଖାଏଁ କାଉଣ୍ଟର କରାଯାଇଛି ।ଟିକଟ ବିକ୍ରିକୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ ଓ ସିଏମ୍ ସି ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ହାତକୁ ନିଆଯାଇଛି। ପୋଲିସ୍ ପକ୍ଷରୁ କାଉଣ୍ଟର ଭିତର ଓ ବାହାର ସୁରକ୍ଷା ପାଇଁ ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ଅତିରିକ୍ତ ଡିସିପି ପାହ୍ୟାର ଜଣେ ଅଧିକାରୀଙ୍କୁ ମାଜିଷ୍ଟ୍ରେଟ୍ କ୍ଷମତା ପ୍ରଦାନ କରାଯାଇଛି। କାଉଣ୍ଟରରେ ସମସ୍ତ ଟିକଟ ବିକ୍ରି ତାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହେବ। କାଉଣ୍ଟର ଭିତରେ ଓ ବାହାରେ ସିସି କ୍ୟାମେରା ଲଗାଯାଇଛି । ଗତରାତିରେ କାଉଣ୍ଟର ପାଖରେ ଦର୍ଶକମାନେ ଭିଡ଼ ଜମିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ