ଖେଳ ରାଜ୍ୟ

ବାରବାଟୀ ଟି-ଟ୍ବେଣ୍ଟି ମ୍ୟାଚ୍‌ : ଟିକେଟ ଉପଲବ୍ଧ ନହେବାରୁ, କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ

କଟକ ୦୧।୦୬: ବାରବାଟୀ ଟି-ଟ୍ବେଣ୍ଟି ମ୍ୟାଚ୍ ପାଇଁ ଆଜିଠୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଦିନ ୧୧ ଟାରେ ଅନଲାଇନ ଟିକେଟ ବିକ୍ରି ହେବ ବୋଲି କୁହାଯାଇଥିଲା କିନ୍ତୁ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିନାହିଁ। ଏବେ ଯାଏଁ ଟିକେଟ ଉପଲବ୍ଧ ନହେବାରୁ, କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସେପଟେ କିନ୍ତୁ ବୈଷୟିକ ତ୍ରୁଟି ଯୋଗୁ ବିଳମ୍ବ ହୋଇଛି ଯଥା ଶୀଘ୍ର ଏହାର ସମାଧାନ କରାଯିବା ବୋଲି ଓସିଏ କର୍ତ୍ତୃପକ୍ଷ କହିଛନ୍ତି । ପେଟିଏମ ଆପ କିମ୍ବା www.insider.in ରେ ଲଗଇନ କଲେ ମିଳିବ ଟିକେଟ୍ । ବୁକିଙ୍ଗ ପାଇଁ ପରିଚୟ ପତ୍ର ଅପଲୋଡ କରିବାକୁ ହେବ । ପାଞ୍ଚ ହଜାର ଟିକେଟ ଅନଲାଇନରେ ଉପଲବ୍ଧ ହେବ । ଜଣଙ୍କୁ ଦୁଇଟି ଲେଖାଏଁ ଟିକେଟ୍ ମିଳିବ ।

ଟିକେଟ ବୁକିଂ ପାଇଁ ନିଜର ଆଇଡି ପ୍ରୁଫ, ଫୋନ ନମ୍ବର ଏବଂ ଇମେଲ ଆଇଡି ଦେବାକୁ ହେବ । ବୁକ୍ କରିଥିବା ଅନଲାଇନ ଟିକେଟ ଗୁଡିକୁ ଜୁନ ୯, ୧୦, ୧୧ ଓ ୧୨ ତାରିଖରେ ସଂଗ୍ରହ କରି ହେବ। ଗ୍ଯାଲେରୀ ନମ୍ବର ୨, ୪, ୭ ସହ ସ୍ପେଶାଲ ଏନକ୍ଲୋଜର, ନ୍ଯୁ-ପାଭେଲିୟନ ଏବଂ ଏସି ବକ୍ସ ପାଇଁ ଇନଲାଇନରେ ଟିକେଟ ବିକ୍ରି ହେବ । କଟକ ବାରବାଟୀରେ ଜୁନ ୧୨ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-ଟ୍ବେଣ୍ଟି ମ୍ୟାଚ୍ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ