ଦେଶ ବିଦେଶ

ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ‘ପରିବେଶ ପଞ୍ଚାୟତ’: କଟକ ପାଇଁ ବିପଦ ପ୍ରଦୂଷିତ ବାୟୁ,ପାଣି ଓ ପଲିଥିନ୍‌

କଟକ: କଟକ ସହର ପାଇଁ ସମସ୍ୟା ଡାକି ଆଣୁଛି ପ୍ରଦୂଷିତ ବାୟୁ, ପାଣି ଓ ପଲିଥିନ। ସମସ୍ୟାର ସମାଧାନ ପାଇଁ ‌ବର୍ତ୍ତମାନଠାରୁ ସଚେତନ ଆଉ ସତର୍କ ନ ‌ହେଲେ ଆଗକୁ ପରିସ୍ଥିତି ସାଂଘାତିକ ହେବ। ପରିବେଶ ସୁରକ୍ଷା ପାଇଁ ମିଳିତ ଉଦ୍ୟମ ଆବଶ୍ୟକ ବୋଲି ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ‘ସମ୍ବାଦ’ ଗ୍ରୁପ୍‌ର ସଂପାଦକ ତନୟା ପଟ୍ଟନାୟକଙ୍କ ଆବାହକତ୍ବରେ ଆୟୋଜିତ ପରିବେଶ ପଞ୍ଚାୟତରେ ମତପ୍ରକାଶ ପାଇଛି। ସତ୍ୟବ୍ରତ ଷ୍ଟାଡିୟମ ପରିସରରେ ଆୟୋଜିତ ଏହି ପରିବେଶ ପଞ୍ଚାୟତରେ ଆଲୋଚନା ଆରମ୍ଭ କରିଥିଲେ ବିଶିଷ୍ଟ ପରିବେଶବିତ୍‌ ଡକ୍ଟର ଆଶୁତୋଷ ଦେବତା। ଡକ୍ଟର ଦେବତା କହିଥିଲେ ଯେ ବିଭିନ୍ନ କାରଣ ପାଇଁ କଟକର ପାଣି, ପବନ ଓ ମାଟି ବିଷାକ୍ତ ହେବାରେ ଲାଗିଛି। ନଦୀରେ ପାଣି ପରିମାଣ କମୁଥିବା ବେଳେ ସହରର ଭୂତଳ ଜଳ ମଧ୍ୟ କମୁଛି।

କାର୍ଯ୍ୟକ୍ରମରେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ କହିଥିଲେ ଯେ ପରିବେଶ ପଞ୍ଚାୟତରେ କଟକ ପ୍ରସଙ୍ଗକୁ ନେଇ ଯେଉଁ ମତ ପ୍ରକାଶ ପାଇଛି, ତାହାର ସମାଧାନ ଦିଗରେ ସେ ଯଥା ସମ୍ଭବ କାର୍ଯ୍ୟ କରିବେ। ରାଜ୍ୟରେ ସ୍ବତନ୍ତ୍ର ସବୁଜ ନୀତି (ଗ୍ରିନ ପଲିସି) ପ୍ରଣୟନ ଉପରେ ଗୁରୁତ୍ବ ଦେଇ ବିଧାୟିକା ଏ ପ୍ରସଙ୍ଗ ବିଧାନସଭାରେ ମଧ୍ୟ ଉଠାଇବେ ବୋଲି କହିଥିଲେ। ରାଜ୍ୟ ସରକାର ବଜେଟରେ ପରିବେଶର ସୁରକ୍ଷା ପାଇଁ ସ୍ବତନ୍ତ୍ର ପାଣ୍ଠି ରଖିବା ଆବଶ୍ୟକ ବୋଲି ସୋଫିଆ ମତ ଦେଇଥିଲେ। ଅଧିକ ଅମ୍ଳଜାନ ଦେଉଥିବା ଗଛ ଲଗାଇବା, ସୌର ଶକ୍ତିର ବ୍ୟବସ୍ଥା ଓ ବର୍ଷାଜଳ ସଂରକ୍ଷଣ ଦିଗରେ ପଦକ୍ଷେପ ନେବାର ସମୟ ପହଞ୍ଚିଛି ବୋଲି କହିବା ସହିତ ‘ସମ୍ବାଦ’ ଗ୍ରୁପ୍‌ର ‘ପରିବେଶ ପଞ୍ଚାୟତ’ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବିଧାୟିକା ସୋଫିଆ ଫିର‌ଦୋସ କହିଥିଲେ।

‘ସମ୍ବାଦ’ ଗ୍ରୁପ୍‌ର ସଂପାଦିକା ତନୟା ପଟ୍ଟନାୟକ କହିଥିଲେ ଯେ ଓଡ଼ିଶାର ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀର ପରିବେଶକୁ ଜାଣିବା ସହ ଏହା ଉପରେ ଅଧିକ ତଥ୍ୟ ରଖିବା ହେଉଛି ‘ପରିବେଶ ପଞ୍ଚାୟତ’ର ମୂଳ ଲକ୍ଷ୍ୟ। ରାଜ୍ୟର ୧୪୭ଟି ନିର୍ବାଚନମଣ୍ଡଳୀର ପରିବେଶ ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯିବ। କ୍ଲାଇମେଟ୍‌ ଆଟଲାସ୍‌ ପ୍ରସ୍ତୁତ ଦିଗରେ ପଦକ୍ଷେପ ନିଆଯିବ। ରାଜ୍ୟ ସରକାରଙ୍କ ନିକଟରେ ବିଧାୟକମାନେ ତାଙ୍କ ଅଞ୍ଚଳର ରିପୋର୍ଟ କାର୍ଡକୁ ରଖିବା ସହ ସେଗୁଡିକର ସମାଧାନ ଦିଗରେ ଉଦ୍ୟମ କରିବେ। ରାଜ୍ୟ ପରିବେଶକୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ସରକାର କ୍ଲାଇମେଟ୍‌ ବଜେଟ୍‌ ବ୍ୟବସ୍ଥା କରିବା ଦିଗରେ ପ୍ରସ୍ତାବ ରଖାଯିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ