ଖେଳ ରାଜ୍ୟ

ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌, ଶତ ପ୍ରତିଶତ କ୍ଷମତାରେ ଖେଳ ଦେଖିବେ ଦର୍ଶକ

କଟକ, ୧୯/୦୫: ଓଡିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର। ଶତ ପ୍ରତିଶତ କ୍ଷମତାକୁ ନେଇ ଖେଳ ଦେଖିବେ ଦର୍ଶକ । ଷ୍ଟାଡିୟମ୍‌ରେ ସମ୍ପୂର୍ଣ୍ଣ ସିଟ୍‌ରେ ଦର୍ଶକ ଖେଳ ଦେଖିବା ନେଇ ବିସିସିଆଇ ପକ୍ଷରୁ ଅନୁମତି ଦିଆଯାଇଥିବା ଜଣାପଡ଼ିଛି । ଜୁନ ୧୨ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍। ଦୁଇ ଦେଶ ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ । ଏ ନେଇ ପୂର୍ବରୁ ସୂଚନା ଦେଇଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା।

କରୋନା ମହାମାରୀ କାରଣରୁ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଓ୍ଵେଷ୍ଟଇଣ୍ଡି ଟି-୨୦ ମ୍ୟାଚ୍‌ ଖେଳାଯାଇ ପାରିନଥିଲା। ଏହାପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ବିସିସିଆଇ ଆୟୋଜନ ସ୍ଥଳ ଘୋଷଣା କରିଛି। ଏଥିରୁ ଗୋଟିଏ ମ୍ୟାଚ୍ କଟକର ବାରବାଟୀରେ ଖେଳାଯିବ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ୍ ଆଇପିଏଲ ୨୦୨୨ ପରେ ଜୁନରେ ଖେଳାଯିବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍‌ର ଟି-୨୦ ସିରିଜ୍ ପାଞ୍ଚଟି ସ୍ଥାନରେ ଖେଳାଯିବ। ଟି-୨୦ ସିରିଜ୍ କଟକ, ବିଶାଖାପଟ୍ଟନମ, ଦିଲ୍ଲୀ, ରାଜକୋଟ ଏବଂ ଚେନ୍ନାଇରେ ଖେଳାଯିବ।

ସୂଚନାଯୋଗ୍ୟ, ବାରବାଟୀରେ ଫେବୃଆରୀ ୧୫ରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ତେବେ କରୋନା ଭାଇରସ୍‌ର ପ୍ରକୋପକୁ ଦୃଷ୍ଟିରେ ରଖି ବିସିସିଆଇ କ୍ରୀଡାସୂଚୀରେ କାଣ୍ଟଛାଣ୍ଟ କରିଥିଲା। ଦିନିକିଆ ଏବଂ ଟି-୨୦ ସିରିଜ୍ ଦୁଇଟି ସହର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏବଂ ଟି-୨୦ ସିରିଜ୍‌ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ