ଖେଳ ରାଜ୍ୟ

ବାରବାଟୀରେ ପହଞ୍ଚିଲେ ଦକ୍ଷିଣ ଆଫ୍ରିକା ଟିମ୍‌, ଆରମ୍ଭ କଲେ ଅଭ୍ୟାସ

କଟକ/ଭୁବନେଶ୍ୱର ୧୧।୦୬: ବାରବାଟୀ ଷ୍ଟାଡିୟମ୍‌ରେ ଦକ୍ଷିଣ ଆଫ୍ରିକା ଟିମ୍‌ । ଷ୍ଟାଡିୟମରେ ଅଭ୍ୟାସ୍‌ ଲାଗି ବାରବାଟିରେ ପହଞ୍ଚିଛନ୍ତି ଦକ୍ଷିଣ ଆଫ୍ରିକୀୟ ଟିମ୍‌ । ମେ ଫେୟାର ହୋଟେଲରୁ କଡ଼ା ସୁରକ୍ଷା ମଧ୍ୟରେ କଟକ ଷ୍ଟାଡିୟମରେ ପହଞ୍ଚିଛନ୍ତି ଟିମ୍‌ । ସେଠାରେ ଆଜି ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଭାରତୀୟ ଟିମ୍‌ ମଧ୍ୟ ଅଭ୍ୟାସ୍‌ ଲାଗି ବାହାରିଛି । ଦିନ ୧ଟାରେ ଭାରତୀୟ ଟିମ୍‌ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ଥିବା ବେଳେ ହୋଟେଲ୍‌ରୁ କଡ଼ା ସୁରକ୍ଷାରେ ବାରବାଟି ନିଆଯାଇଛି । ନିଜ ନିଜ ଫେଭରିଟ୍‌ ପ୍ଲେୟାରଙ୍କ ଟିକିଏ ଝଲକ୍‌ ପାଇବାକୁ ସ୍ଥାନେ ସ୍ଥାନେ ଫ୍ୟାନ୍ସଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ରବିବାର ବାରବାଟି ଷ୍ଟାଡିୟମ୍‌ରେ ଦକ୍ଷିଣ ଆଫ୍ରିକା ଓ ଟିମ୍‌ ଇଣ୍ଡିଆ ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିବା ବେଳେ ୨ୟ ମ୍ୟାଚ୍‌ ଜିତି ସିରିଜକୁ ଫେରାବାରେ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ । ତେବେ ସୁରକ୍ଷା ଦୃଷ୍ଟିରୁ ୬୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ