ରାଜ୍ୟ

ବାମରାରେ ୧୧ ଘଣ୍ଟା ରେଳରୋକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବାମରା : ଦକ୍ଷିଣ-ପୂର୍ବ ରେଳପଥ ଚକ୍ରଧରପୁର ଡିଭିଜନ ଅନ୍ତର୍ଗତ ବାମରା ରେଳଷ୍ଟେସନଠାରେ ବୁଧବାର ପ୍ରାୟ ୧୧ ଘଣ୍ଟା ଧରି ରେଳରୋକ କରାଯାଇଛି। ବାମରା ରେଳ କ୍ରିୟାନୁଷ୍ଠାନ କମିଟି ଡାକରାରେ ସକାଳ ୬ଟା ପୂର୍ବରୁ ଶତାଧିକ ପୁରୁଷ ଓ ମହିଳା ରେଲୱେ ଟ୍ରାକ୍‌ ଉପରେ ବସି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ପରେ ବାମରା ଓ ଆଖପାଖ ଗ୍ରାମରୁ ହଜାର ସଂଖ୍ୟାରେ ଲୋକ ଆସି ଏଥିରେ ସାମିଲ୍‌ ହୋଇଥିଲେ। ପ୍ରାୟ ୧୧ ଘଣ୍ଟା ଧରି ଚାଲିଥିବା ଆନ୍ଦୋଳନ ଅପରାହ୍ନ ପ୍ରାୟ ୪.୫୦ ମିନିଟରେ ପ୍ରତ୍ୟାହୃତ ହୋଇଛି।

ପୂର୍ବ ଘୋଷଣା ଅନୁସାରେ, ୧୨ଟି ଟ୍ରେନର ସ୍ଥାୟୀ ରହଣି, ଷ୍ଟେସନର ଉଭୟ ପାର୍ଶ୍ବରେ ଅଣ୍ଡରପାସ, ବାମରା ଷ୍ଟେସନରେ ପାର୍ସଲ ବୁକିଂ ସମେତ ଅନ୍ୟାନ୍ୟ ଦାବି ନେଇ ରେଳରୋକ ଆନ୍ଦୋଳନ କରାଯାଇଥିଲା। ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଭାପତି ଅନୁଭବ ଲାଠ, ସଂପାଦକ କ୍ଷୀରୋଦ ସା, ଉପସଭାପତି ପ୍ରଶାନ୍ତ ଶତପଥୀ, କୋଷାଧ୍ୟକ୍ଷ ବିଷ୍ଣୁ ଅଗ୍ରୱାଲ, ସଂଯୋଜକ ସନ୍ଦୀପ ଖଣ୍ଡେଲୱାଲ, ଉପଦେଷ୍ଟା ପ୍ରଦୀପ ମିଶ୍ର ପ୍ରମୁଖଙ୍କ ନେତୃତ୍ବରେ ପ୍ରାୟ ୩ ହଜାରରୁ ଅଧିକ ଗ୍ରାମବାସୀ ଆନ୍ଦୋଳନରେ ସାମିଲ ଥିଲେ। ଅନ୍ୟମାନଙ୍କ ମଧ୍ୟରେ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ରବି ନାରାୟଣ ନାଏକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ପିଙ୍କି ଧୁରୁଆ, ଉପାଧ୍ୟକ୍ଷ ସଂଜୟ ଦାସ, ଝାରସୁଗୁଡା ଜିଲ୍ଲା ପରିଷଦ ସଭାନେତ୍ରୀ ତୁଲାବତୀ ମିଞ୍ଜ ପ୍ରମୁଖ ପ୍ରତିବାଦ ସଭାରେ ଯୋଗ ଦେଇଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।