କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ବାବା ଆଖଣ୍ଡଳମଣିଙ୍କ ପବିତ୍ର ଝୁଲଣ ଯାତ୍ରା, କୋଭିଡ୍ କଟକଣାରେ ସମ୍ପନ୍ନ ହେଲା ନୀତିକାନ୍ତି

ଚାନ୍ଦବାଲି,୨୨/୦୮: ଆରମ୍ଭ ହୋଇଛି ପ୍ରସିଦ୍ଧ ଆଖଣ୍ଡଳମଣିଙ୍କ ଝୁଲଣ ଯାତ୍ରା । ପବିତ୍ର ଗହ୍ମାପୂର୍ଣ୍ଣିମା ଅବସରରେ ଏକାଦଶୀ ତିଥି ଠାରୁ ୫ଦିନ ପର୍ଯ୍ୟନ୍ତ ଆରଡିପୀଠରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କୋଭିଡ କଟକଣା ମଧ୍ୟରେ ଝୁଲଣଯାତ୍ରା ଆରମ୍ଭ ହୋଇଛି।

ମନ୍ଦିରର ରୀତିନୀତି ଅନୁଯାୟୀ ମଣିବାବା ଓ ମାତା ପାର୍ବତୀଙ୍କ ଚଳନ୍ତି ପ୍ରତିମା ହରଗୌରୀ ଓ ରାଧାକୃଷ୍ଣଙ୍କୁ ଏକ ସୁସଜ୍ଜିତ ବିମାନରେ ବିଜେ କରାଯାଇଥିଲା । ଏହାପରେ ମନ୍ଦିର ବେଢା ପରିକ୍ରମା କରାଯିବା ପରେ ଭିତରବେଢା ଯଜ୍ଞମଣ୍ଡପରେ ଝୁଲଣ ବେଦୀକୁ ବିଜେ କରାଯାଇଥିଲା। ପରେ କୋଭିଡ ନିୟମ ଅନୁଯାୟୀ ସୀମିତ ସେବାୟତଙ୍କ ଦ୍ବାରା ମହାସ୍ନାନ, ପଞ୍ଚଉପଚାର ପୂଜା, ଦ୍ବାରପାଳପୂଜା, ଘଟସ୍ଥାପନ ଆଦି ସମସ୍ତ ସମ୍ପାଦନ କରାଯାଇଥିଲା । ନୀତିକାନ୍ତି ସରିବା ପରେ ଝୁଲଣ ବିମାନରେ ହରଗୌରୀ ଓ ରାଧାକୃଷ୍ଣଙ୍କୁ ବିଜେ କରାଯାଇଥିଲା।

ଏହି ସମସ୍ତ ନୀତି ରବିବାର ପ୍ରଯ୍ଯନ୍ତ ଅନୁଷ୍ଠିତ ହେବ । ସୋମବାର ହରଗୌରୀ ପୁର୍ନବାର ମନ୍ଦିର ଗର୍ଭଗୃହକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସେବାୟତ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ