ଅପରାଧ ରାଜ୍ୟ

ବାପ ଘରକୁ ଚାଲିଗଲେ ସ୍ତ୍ରୀ, ବିରହରେ ପେଟ କାଟି ସ୍ୱାମୀଙ୍କ ଆତ୍ମହତ୍ୟା

ଦେବଗଡ଼ ୧୯।୧୦ : ସ୍ତ୍ରୀ ବିରହରେ ସ୍ୱାମୀଙ୍କ ଆତ୍ମହତ୍ୟା । ନିଜ ପେଟ କାଟି ଆତ୍ମହତ୍ୟା କରିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା କଲା ଗାଁର ସତ୍ୟବାନ ଦେହୁରୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, କଲା ଗାଁ ତଅଁଳା ସାହିର ଅରକ୍ଷିତ ଦେହୁରୀଙ୍କ ପୁଅ ସତ୍ୟବାନ ଦେହୁରୀ ଗତ ପ୍ରାୟ ୪ ବର୍ଷ ପୂର୍ବେ ଝାଡଖଣ୍ଡ ରାଜ୍ୟ ଆନନ୍ଦପୁର ଗାଁର ଆରତୀ ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ l ତେବେ ପ୍ରାୟ ଦଶ ଦିନ ପୂର୍ବେ କୌଣସି କାରଣରୁ ସ୍ତ୍ରୀ ଆରତୀ ଶ୍ୱଶୁର ଘର ଛାଡି ନିଜ ବାପ ଘରକୁ ଚାଲିଯାଇଥିଲା । ଯାହାଫଳରେ ସତ୍ୟବାନ ମାନସିକ ଭାବେ ଭାଙ୍ଗି ପଡିଥିଲା l ବୁଧବାର ହଠାତ୍‌ ସତ୍ୟବାନ ନିଜ ଘର ଥିବା ବାଥରୁମରେ ଏକ ଛୁରୀ ସାହାଯ୍ୟରେ ନିଜ ପେଟକୁ ନିଜେ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ଲୋକ ତୁରନ୍ତ ତାଙ୍କୁ ବାରକୋଟ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସତ୍ୟବାନଙ୍କ ମୃତ୍ୟୁ ହୋଇଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।