ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବାପା ହେଲେ ଯୁବରାଜ

ଚଣ୍ଡିଗଡ଼: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବିଶ୍ବକପ୍ ବିଜୟୀ ଅଲରାଉଣ୍ଡର ଯୁବରାଜ ସିଂହ ଏବଂ ତାଙ୍କ ବ୍ରିଟିଶ୍ ଅଭିନେତ୍ରୀ ପତ୍ନୀ ହାଜେଲ କିଚ୍ ପୁତ୍ର ସନ୍ତାନର ସୌଭାଗ୍ୟ ପାଇଛନ୍ତି। ଯୁବରାଜ ଟ୍ବିଟ୍ କରି ଏହି ଶୁଭଖବର ପ୍ରଶଂସକ ଏବଂ ଶୁଭେଚ୍ଛୁଙ୍କୁ ଜଣାଇଛନ୍ତି। ଯୁବରାଜ ଏବଂ ହାଜେଲ ମିଳିତ ଭାବେ ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ ଲେଖିଥିଲେ ଯେ ଗତ ମଙ୍ଗଳବାର ଆମର ପୁଅଟିଏ ହୋଇଛି। ଏକଥା ପ୍ରଶଂସକ, ପରିବାର ଏବଂ ବନ୍ଧୁବର୍ଗଙ୍କ ସହ ବାଣ୍ଟି ଆମେ ଅତ୍ୟନ୍ତ ଆନନ୍ଦିତ। ଏଥିଲାଗି ଆମେ ଭଗବାନଙ୍କୁ କୃତଜ୍ଞତା ଜଣାଉଛୁ। କୁନି ପୁଅକୁ ସ୍ବାଗତ କରିବା ସହ ଆମ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଜଣାଇବାକୁ ସମସ୍ତଙ୍କୁ ଅନୁରୋଧ କରୁଛୁ। ସମସ୍ତଙ୍କୁ ଅଜସ୍ର ସ୍ନେହ ଓ ଶ୍ରଦ୍ଧା। ସୂଚନାଯୋଗ୍ୟ ଯେ ଯୁବରାଜ ଏବଂ ହା‌ଜେଲ ୨୦୧୬ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ