ଦେଶ ବିଦେଶ ମନୋରଞ୍ଜନ

ବାପା ହେବେ ଅଭିନେତା ଗୁରୁମିତ ଚୌଧୁରୀ, ଫଟୋ ସେୟାର କରି ଜଣାଇଲେ ଖୁସି ଖବର…

ନୂଆଦିଲ୍ଲୀ ୦୯।୦୨: ଟିଭି ଅଭିନେତା ଗୁରୁମିତ ଚୌଧୁରୀ ଏବଂ ଦେବିନା ବାନାର୍ଜୀ ଟେଲି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଯୋଡି । ଦୁହିଁଙ୍କ ଯୋଡିକୁ ପ୍ରାୟ ସମସ୍ତ ପସନ୍ଦ କରିଥିାନ୍ତି । ବର୍ତ୍ତମାନ ଏକ ଖୁସି ଖବର ଶୁଣିବାକୁ ମିଳିଛି । ଦୁହେଁ ଖୁବ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଏନେଇ ଅଭିନେତା ଗୁରୁମିତ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରି (ଦେବିନା-ଗୁରୁମିତ୍‌ ଟୁ ପ୍ୟାରେଣ୍ଟସ୍) ଲେଖି ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି।

ତେବେ ଦେବିନା ଏହି ଫଟୋରେ ଏକ ମିନି ସ୍କର୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ଏହି ସମୟରେ, ସେ ତାଙ୍କ ବେବି ବମ୍ପ ମଧ୍ୟ ନଜର ଆସିଛି । ଦୁହେଁ ତାଙ୍କ ପିଲାଙ୍କୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି। ଦେବିନା ତାଙ୍କ ଗର୍ଭବତୀ ସମୟକୁ ଖୁବ୍‌ ଆନନ୍ଦ ସହ ଅତିବାହିତ କରୁଛନ୍ତି । ଦେବିନାଙ୍କର ଏହି ଖୁସି ଖବର ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇ ଯାଇଛନ୍ତି ଏବଂ ଏଥିପାଇଁ ଦମ୍ପତିଙ୍କୁ ଖୁବ୍‌ ଅଭିନନ୍ଦନ ଜଣାଉଛନ୍ତି। ଫଟୋ ସେୟାର କରିବାବେଳେ ଗୁରୁମିତ କ୍ୟାପସନରେ ଲେଖିଛନ୍ତି – ‘ବର୍ତ୍ତମାନ ଆମେ ଦୁଇରୁ ତିନି ହେବାକୁ ଯାଉଛୁ । ୟୁନିୟର ଚୌଧୁରୀ ଆସିବାକୁ ଯାଉଛି । ତୁମ ସମସ୍ତଙ୍କ ଆଶୀର୍ବାଦ ଆବଶ୍ୟକ ।

ଏହି ଖୁସି ଖବର ପରେ, ବର୍ତ୍ତମାନ ଦେବିନା ଏବଂ ଗୁରୁମିତଙ୍କୁ ପୁଣି ଥରେ ଏକାଠି ଆଉ ଏକ ପ୍ରୋଜେକ୍ଟରେ ନଜର ଆସିବେ । ଏକ ୱେବ୍ ଡ୍ରାମାରେ ଏକାଠି କାମ ଦେଖିବାକୁ ମିଳିବ । ଯାହା ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ