ରାଜ୍ୟ ସ୍ପେଶାଲ ରିପୋର୍ଟ

ବାପାମା’ଙ୍କ ସମ୍ମୁଖରେ ସମୁଦ୍ରରେ ବୁଡ଼ିଗଲେ ନାବାଳକ

ପୁରୀ: ଆଜି ସମୁଦ୍ରରେ ଗାଧୋଉଥିବା ଜଣେ ୧୩ ବର୍ଷୀୟ ନାବାଳକ ତାଙ୍କ ବାପାମା’ଙ୍କ ସମ୍ମୁଖରେ ଲହଡ଼ିରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ଖବର ପାଇ ଅଗ୍ନିଶମ ବିଭାଗର ଲାଇଫ୍‌ଗାର୍ଡମାନେ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତିରାତି ୧୦ଟା ପର୍ଯ୍ୟନ୍ତ ନାବାଳକ ମିଳିନଥିବା ଅଗ୍ନିଶମ ବିଭାଗ ସୂତ୍ରରୁ ପ୍ରକାଶ। ଅଗ୍ନିଶମ ବିଭାଗେ ସୂତ୍ରରୁ ପ୍ରକାଶ ଯେ ବିହାର ବକ୍ସର ଜିଲ୍ଲା ନୱାନଗର ଥାନା ଅନ୍ତର୍ଗତ ଅମିରପୁର ଗାଁର ପ୍ରଭାତ ରଞ୍ଜନ ତାଙ୍କ ପୁଅ ଆର୍ଯ୍ୟାନ ଓ ପତ୍ନୀଙ୍କୁ ନେଇ ପୁରୀ ବୁଲିବାକୁ ଆସିଥିଲେ। ସେମାନେ ସମୁଦ୍ରକୂଳ ଥାନା ଅଞ୍ଚଳରେ ଏକ ହୋଟେଲରେ ରହିଥିବା ବେଳେ ଗାନ୍ଧାର ହୋଟେଲ ଗଳି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ।

ସେମାନେ ଆଜି ସମୁଦ୍ରରେ ଗାଧୋଉଥିବା ବେଳେ ଆର୍ଯ୍ୟାନ ଏକ ଲହଡ଼ିରେ ଭାସିଯାଉଥିବା ବେଳେ ତାକୁ ଲୋକେ ଉଦ୍ଧାର କରି ତାଙ୍କ ମା’ଙ୍କ ଜିମାରେ ଦେଇଥିଲେ। ଆର୍ଯ୍ୟାନକୁ ନଜରରେ ରଖିବା ପାଇଁ ପରାମର୍ଶ ମଧ୍ୟ ଦେଇଥିଲେ। ମାତ୍ର କିଛି ସମୟ ପରେ ଆର୍ଯ୍ୟାନଙ୍କ ମା’ ଖାଉଥିବା ବେଳେ ତାଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଆର୍ଯ୍ୟାନ ପୁଣି ଯାଇ ସମୁଦ୍ରରେ ଗାଧୋଉଥିଲେ। ଏହି ସମୟରେ ଏକ ବଡ଼ ଲହଡ଼ି ଆସି ତାଙ୍କୁ ଭସାଇ ନେଇଥିଲା। ସେଠାରେ ଥିବା ଲୋକେ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରିଥିଲେ। ମାତ୍ର ସେତେବେଳକୁ ବାପା ପ୍ରଭାତ ରଞ୍ଜନ ଓ ମା’ କିଛି କରିବାର ସୁଯୋଗ ନଥିଲା। ଆଖି ସମ୍ମୁଖରେ ସେମାନଙ୍କର ପୁଅ ଆର୍ଯ୍ୟାନ ସମୁଦ୍ରଗର୍ଭରେ ନିଖୋଜ ହୋଇଯାଇଥିଲା। ବଞ୍ଚିବା ପାଇଁ ଆର୍ଯ୍ୟାନ ଉପରକୁ ହାତ ଉଠାଇଥିଲେ ମଧ୍ୟ ନିକଟରେ କେହି ନଥିବାରୁ ତାଙ୍କୁ ଉଦ୍ଧାର କରାଯାଇପାରିନଥିଲା ବୋଲି ସହକାରୀ ଅଗ୍ନିଶମ ଅଧିକାରୀ ପ୍ରସନ୍ନ ବେହେରା କହିଛନ୍ତି। ଆର୍ଯ୍ୟାନଙ୍କୁ ଦମକଳ ବାହିନୀ ଖୋଜାଖୋଜି କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିନଥିବା ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।