ରାଜ୍ୟ ସ୍ପେଶାଲ ରିପୋର୍ଟ

ବାପାପୁଅଙ୍କୁ ଏକାଠି କଲା ଆଧାରକାର୍ଡ

କେନ୍ଦୁଝର: ଆଧାରକାର୍ଡ ପାଲଟିଲା ମିଳନର ମାଧ୍ୟମ। ଆଧାରକାର୍ଡ ପାଇଁ ଭିନ୍ନକ୍ଷମ ପୁଅକୁ ୬ ବର୍ଷ ପରେ ନିଜ ପରିବାର ଫେରିପାଇବା ଚର୍ଚ୍ଚାର ବିଷୟ ହୋଇଛି। ୨୦୧୭ ଜୁନ୍‌ ୨ରେ ୧୨ବର୍ଷର ଜଣେ ଭିନ୍ନକ୍ଷମ (ମୂକ, ବଧିର) ନାବାଳକ କେନ୍ଦୁଝର ବଜାରରେ କାନ୍ଦିକାନ୍ଦି ବୁଲୁଥିଲେ। ଖବର ପାଇ କେନ୍ଦୁଝର ଶିଶୁ ମଙ୍ଗଳ ସମିତିର କର୍ମକର୍ତ୍ତାମାନେ ତାଙ୍କୁ ଉଦ୍ଧାର କରିଥିଲେ। ନାବାଳକ ଜଣକ ମୂକ, ବଧିର ହୋଇଥିବାରୁ ସେ ନିଜ ପରିଚୟ ଦେଇପାରି ନଥିଲେ। ନାବାଳକଙ୍କୁ ତେଲକୋଇସ୍ଥିତ ଭିନ୍ନକ୍ଷମ ଥଇଥାନ ସଂସ୍ଥାକୁ ପଠାଇ ଦିଆଯାଇଥିଲା।

କିଛିଦିନ ତଳେ ତାଙ୍କର ଆଧାରକାର୍ଡ ତିଆରି କରିବା ପାଇଁ ଟିପଚିହ୍ନ ନେବାବେଳେ ପୂର୍ବରୁ ତାଙ୍କର ଆଧାରକାର୍ଡ ଥିବା ଜଣାପଡ଼ିଥିଲା। ଉକ୍ତ ଆଧାରକାର୍ଡରୁ ହିଁ ଭିନ୍ନକ୍ଷମ ନାବାଳକଙ୍କ ଘର ବିହାର ରାଜ୍ୟ ଦରଭଙ୍ଗା ଜିଲ୍ଲା ଅନ୍ତର୍ଗତ ସାହାପୁର ଗ୍ରାମରେ ବୋଲି ଜଣାପଡ଼ିଥିଲା। ସେ ରାମକିଶୋର ଯାଦବଙ୍କ ପୁଅ ମିଣ୍ଟୁ କୁମାର ବୋଲି ଜଣାପଡ଼ିଥିଲା। ଏହାପରେ ପ୍ରଶାସନ ପକ୍ଷରୁ ରାମକିଶୋର ଯାଦବଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ଗତକାଲି କେନ୍ଦୁଝର ଆସିବା ପରେ ନିଜ ହଜିଲା ପୁଅକୁ ପାଇ ଖୁସିରେ ଅଧୀର ହୋଇଯା‌ଇଛନ୍ତି। ବାପପୁଅଙ୍କ ମିଳନ ହେବା ପରେ ଉଭୟ ଆଜି ନିଜ ଗାଁକୁ ଫେରିଯାଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।