ମନୋରଞ୍ଜନ

ବାପାଙ୍କ ସହ ମ୍ୟାରେଜ୍ ପାର୍ଟିରେ ଗୀତ ଗାଉଥିଲେ ସୋନୁ ନିଗମ, ଲୋକେ ଡାକୁଥିଲେ ଜୁନିୟର୍ ରଫି

ମୁମ୍ବାଇ ୩୦/୦୭ : ବଲିଉଡର ମେଲୋଡି ସିଙ୍ଗର୍ ସୋନୁ ନିଗମ ଆଜି ତାଙ୍କର ୪୮ ତମ ଜନ୍ମଦିନ ପାଳନ କରୁଛନ୍ତି । ସୋନୁ ଫରିଦାବାଦର ଏକ କାୟସ୍ଥ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ସଂଗୀତ କ୍ୟାରିୟର ୪ ବର୍ଷ ବୟସରୁ ଆରମ୍ଭ କରିଥିଲେ । ଗାୟକଙ୍କ ଶୈଳୀ ଦେଖି ଲୋକମାନେ ତାଙ୍କୁ ଜୁନିୟର୍ ମହମ୍ମଦ ରଫି ବୋଲି କହୁଥିଲେ । ପିଲାଦିନେ ସେ ଏକ ମଞ୍ଚକୁ ଆସି ତାଙ୍କ ବାପା ଅଗମ ନିଗମଙ୍କ ସହ ମହମ୍ମଦ ରଫିଙ୍କ ଗୀତ ‘କ୍ୟା ହୁଆ ତେରା ବାଦା’ ଗାଇଥିଲେ। ଏହା ପରେ ସେ ତାଙ୍କ ବାପାଙ୍କ ସହିତ ଲୋକଙ୍କ ବିବାହରେ ଯାଇ ଗୀତ ଗାଇବା ଆରମ୍ଭ କରିଥିଲେ ।


୧୯ ବର୍ଷ ବୟସରେ ସୋନୁ ସିଙ୍ଗଙ୍ଗକୁ ନିଜର କ୍ୟାରିୟର କରିବା ପାଇଁ ବାପାଙ୍କ ସହ ମୁମ୍ବାଇ ଆସିଥିଲେ । ସେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟକ ଉସ୍ତାଦ୍ ଗୁଲାମ ମୁସ୍ତାଫା ଖାନଙ୍କଠାରୁ ତାଲିମ ନେବା ଆରମ୍ଭ କରିଥିଲେ। ଆଜି ସୋନୁ ନିଗମ ବଲିଉଡର ସେହି ସିଙ୍ଗରମାନଙ୍କ ମଧ୍ୟରୁ ଜଣେ ଯିଏକି କେବଳ ହିନ୍ଦୀ ନୁହେଁ, ମରାଠୀ, ତାମିଲ, ତେଲୁଗୁ ସମେତ ପ୍ରାୟ ୧୨ ଟି ଭାଷାରେ ଗୀତ ଗାଇ ନିଜର ଖ୍ୟାତି ବିସ୍ତାର କରିଛନ୍ତି।

ସୋନୁ ନିଗମ୍ ୧୯୯୫ ରେ ଲୋକପ୍ରିୟ ଟିଭି ସୋ’ ‘ସା ରେ ଗା ମା ପା’ ହୋଷ୍ଟ କରିବା ଆରମ୍ଭ କରିଥିଲେ । ଏହା ପରେ ସେ ଫିଲ୍ମ ବେୱାଫା ସନମର ଗୀତ ‘ଆଚ୍ଛା ସିଲା ଦିୟା’ ଗୀତ ଗାଇଥିଲେ। ସେ ଫିଲ୍ମ ବର୍ଡରରେ ଅନୁ ମଲିକଙ୍କ ଦ୍ୱାରା ରଚିତ ‘ସନ୍ଦେସେ ଆତେ ହେଁ’ ଗୀତ ମଧ୍ୟ ଗାଇଥିଲେ, ଯାହା ଖୁବ୍ ହିଟ୍ ହୋଇଥିଲା । ସୋନୁ ଅନେକ ହିନ୍ଦୀ ଫିଲ୍ମରେ ଗୀତ ଗାଇ ଅନେକ ପୁରସ୍କାର ଜିତିଥିଲେ । ଫିଲ୍ମ କଲ ହୋ ନା ହୋ ର ଟାଇଟଲ୍ ସଙ୍ଗ୍ ଏବଂ ଅଗ୍ନିପଥର ଗୀତ ‘ଅଭି ମୁଝମେ କହିଁ’ ଗୀତ ପାଇଁ ତାଙ୍କୁ ବହୁତ ପ୍ରଶଂସା ମିଳିଥିଲା ​​। ଏକ ସମୟ ଆସିଲା ​​ଯେ ସୋନୁ ବଲିଉଡର ସବୁଠାରୁ ଦାମୀ ଗାୟକଙ୍କ ତାଲିକାରେ ସାମିଲ ହୋଇଗଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ