ଅପରାଧ ରାଜ୍ୟ

ବାପାଙ୍କୁ ଛୁରାମାଡ଼ କରି ପୁଅ ଫେରାର: ଡାକ୍ତରଖାନାରେ ପୀଡ଼ିତଙ୍କ ମୃତ୍ୟୁ

ଆସିକା: ପାରିବାରିକ କଳହକୁ ନେଇ ଏକ ପରିବାରରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲା ଆସିକା ଥାନାର ପଢ଼ାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଘରୋଇ ଗଣ୍ତଗୋଳ କାରଣରୁ ନିଜ ବାପାଙ୍କୁ ଛୁରାମାଡ଼ କରି ଚମ୍ପଟ ମାରିଛି ପୁଅ। ପରେ ଡାକ୍ତରଖାନାରେ ଡାକ୍ତର ବାପାଙ୍କୁ ମୃତ ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟା ବେଳେ ପଢ଼ାଳ ଗ୍ରାମର ଦେବରାଜ ନାହାକ(୬୪ )ଓ ତାଙ୍କ ପୁଅ ଅରୁଣ ନାହାକ(୩୪)ଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପୁଅ ଅରୁଣ ବାପା ଦେବରାଜଙ୍କୁ ଏକାଧିକ ବାର ଛୁରାମାଡ଼ କରିଥିଲେ। ଏଭଳି କାଣ୍ଡ ଭିଆଇବା ପରେ ଅରୁଣ ଚମ୍ପଟ ମାରିଥିଲା। ତେବେ ଦେବରାଜଙ୍କୁ ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ଆସିକା ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣାସ୍ଥଳରେ ଆସିକା ଥାନା ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଫେରାର ପୁଅଙ୍କୁ ଖୋଜୁଥିବା ଜଣାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।