ରାଜ୍ୟ

ବାଧକ ସାଜିଲା କୋହଲାପାଗ: ‌ଓହ୍ଲାଇପାରିଲାନି ରାଜ୍ୟପାଳଙ୍କ ବିମାନ

କୋହଲାପାଗ ଯୋଗୁ ରାଉରକେଲା ବିମାନବନ୍ଦରରେ ବିମାନ ଅବତରଣ କରିପାରି ନ ଥିଲା। ଆକାଶରେ ଚକ୍କର କାଟି ଶେଷରେ ରାଜ୍ୟପାଳଙ୍କ ବିମାନ ଭୁବନେଶ୍ବର ଫେରିଯାଇଥିଲା। ବିମାନବନ୍ଦରରେ ସୁନ୍ଦରଗଡ଼ ଜିଲ୍ଲାପାଳ, ଆର୍‌ଏସ୍‌ପିର ବରିଷ୍ଠ ଅଧିକାରୀ ଓ ବିଜେପିର ବହୁ ନେତାମାନେ ସ୍ବାଗତ ଜଣାଇବାକୁ ଅପେକ୍ଷା କରିଥିଲେ।

ରାଉରକେଲା: ରାଜ୍ୟପାଳ ରଘୁବର ଦାସଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ବାତିଲ ହୋଇଛି। କୋହଲାପାଗ ଯୋଗୁ ରାଉରକେଲା ବିମାନବନ୍ଦରରେ ବିମାନ ଅବତରଣ କରିପାରି ନ ଥିଲା। ଆକାଶରେ ଚକ୍କର କାଟି ଶେଷରେ ରାଜ୍ୟପାଳଙ୍କ ବିମାନ ଭୁବନେଶ୍ବର ଫେରିଯାଇଥିଲା।

ମିଳିଥିବା ସୂଚନାମୁତବାକ ରାଜ୍ୟପାଳ ରଘୁବର ଦାସ ରବିବାର ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ କେନ୍ଦୁଡିହିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଘରକୁ ଯିବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା।  ପତ୍ନୀଙ୍କ ବିୟୋଗରେ ଭାଙ୍ଗିପଡ଼ିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଓ ତାଙ୍କ ପରିବାରକୁ ସମବେଦନା ଜଣାଇଥାନ୍ତେ।

ଏଥିପାଇଁ ରାଜ୍ୟପାଳ ରଘୁବର ଦାସ ପୂର୍ବାହ୍ନ ୧୦ଟାରେ ସ୍ବତନ୍ତ୍ର ବିମାନ ଯୋଗେ ରାଉରକେଲା ବାହାରିଥିଲେ। ପୂର୍ବାହ୍ନ ୧୧ଟାରେ  ବିମାନ ରାଉରକେଲା ବିମାନବନ୍ଦରରେ ଅବତରଣ କରିବାର ଥିଲା। ଏଥିପାଇଁ ବିମାନବନ୍ଦରରେ ସୁନ୍ଦରଗଡ଼ ଜିଲ୍ଲାପାଳ, ପଶ୍ଚିମାଞ୍ଚଳ ଡିଆଇଜି, ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ଏସ୍‌ପି, ଆର୍‌ଏସ୍‌ପିର ବରିଷ୍ଠ ଅଧିକାରୀ ଓ ବିଜେପିର ବହୁ ନେତାମାନେ ସ୍ବାଗତ ଜଣାଇବାକୁ ଅପେକ୍ଷା କରିଥିଲେ।

ରାଉରକେଲା ବିମାନବନ୍ଦରରେ ଅବତରଣ କରିବାର ୧୫ ମିନିଟ୍‌ ପୂର୍ବରୁ ବର୍ଷା ହେବାରୁ କୋହଲାପାଗ ହୋଇଯାଇଥିଲା। ବିମାନବନ୍ଦର ଦୃଶ୍ୟମାନ ହୋଇନଥିଲା। ବାଧ୍ୟ ହୋଇ ବିମାନଟି ଭୁବନେଶ୍ବର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।