କଳା ଓ ସଂସ୍କୃତି ଲାଇଫ୍ ଷ୍ଟାଇଲ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ବାଦନ ଓ ଗାୟନ ଅଭ୍ୟାସ ମସ୍ତିଷ୍କ ପାଇଁ ଉପକାରୀ

କୌଣସି ବାଦ୍ୟଯନ୍ତ୍ର ବଜାଇବା କିମ୍ବା ଗୀତ ଗାଇବା ଆମ ମସ୍ତିଷ୍କକୁ ବହୁଦିନ ଯାଏ ସୁସ୍ଥ ରଖିଥାଏ ବୋଲି ଏକ ନୂଆ ଗବେଷଣାରୁ ଜଣାପଡ଼ିଛି। ବିଶେଷ କରି ୪୦ ବର୍ଷ ବୟସ ଟପିଲା ପରେ ମସ୍ତିଷ୍କର ସ୍ବାସ୍ଥ୍ୟ ପାଇଁ ସଂଗୀତ ବହୁତ ଉପକାରୀ ବୋଲି ୟୁନାଇଟେଡ କିଙ୍ଗଡମ୍‌ର ଏକ୍ସେଟର ବିଶ୍ବବିଦ୍ୟାଳୟର ଗବେଷକମାନେ ସ୍ପଷ୍ଟ କରିଛନ୍ତି। ଏକ ଦଶନ୍ଧି ଧରି ବିଭିନ୍ନ ବୟସର ୨୫,୦୦୦ ଲୋକଙ୍କୁ ଏକ ଅନୁଧ୍ୟାନରେ ସାମିଲ କରି ସେମାନେ ଏପରି ନିର୍ଯାସ ପାଇ ପାରିଛନ୍ତି। ବାଦ୍ୟଯନ୍ତ୍ର ବଜାଇବା ହେଉ ବା ଏକାକୀ ବାଦ୍ୟଯନ୍ତ୍ର ସହ ତାଳ ଦେଇ ଗୀତ ଗାଇବା ହେଉ ଅଥବା ସମବେତ ଗାୟନରେ ଭାଗନେବା ହେଉ, ଯେଉଁମାନେ ଏପରି ସଂଗୀତିକ କାର୍ଯ୍ୟରେ କିଛି ସମୟ ବିନିଯୋଗ କରିଥା’ନ୍ତି, ସେମାନେ କୌଣସି କଥା ମନେ ରଖିବାରେ, ଯୋଜନା ପ୍ରସ୍ତୁତ କରିବାରେ ଅବା ବହୁବିଧ କାର୍ଯ୍ୟ କରିବାରେ ଏକାଗ୍ରତା ପ୍ରଦର୍ଶନ କରିଥା’ନ୍ତି ବୋଲି ଜଣାପଡ଼ିଛି।

ବାଦ୍ୟଯନ୍ତ୍ର ବଜାଇବା ହେଉ ବା ଏକାକୀ ବାଦ୍ୟଯନ୍ତ୍ର ସହ ତାଳ ଦେଇ ଗୀତ ଗାଇବା ହେଉ ଅଥବା ସମବେତ ଗାୟନରେ ଭାଗନେବା ହେଉ, ଯେଉଁମାନେ ଏପରି ସଂଗୀତିକ କାର୍ଯ୍ୟରେ କିଛି ସମୟ ବିନିଯୋଗ କରିଥା’ନ୍ତି, ସେମାନେ କୌଣସି କଥା ମନେ ରଖିବାରେ, ଯୋଜନା ପ୍ରସ୍ତୁତ କରିବାରେ ଅବା ବହୁବିଧ କାର୍ଯ୍ୟ କରିବାରେ ଏକାଗ୍ରତା ପ୍ରଦର୍ଶନ କରିଥା’ନ୍ତି ବୋଲି ଜଣାପଡ଼ିଛି।

ଗବେଷକମାନଙ୍କ ଅନୁଧ୍ୟାନ ଅନୁଯାୟୀ, ବିଶେଷ କରି ପିଆନୋ ବଜାଉଥିବା ବ୍ୟକ୍ତିଙ୍କର ମସ୍ତିଷ୍କ ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିଥିବା ଜଣାଯାଇଛି। ସେହିପରି ସଂଗୀତର ଅବଦାନ କେବଳ ସ୍ମରଣ ଶକ୍ତିରେ ସୀମିତ ନରହି ଜଟିଳ ସମସ୍ୟା ସମାଧାନରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଗବେଷକମାନେ ସ୍ବୀକାର କରିଛନ୍ତି ଯେ, ଗୋଷ୍ଠୀ ଅଂଶଗ୍ରହଣର ସାମାଜିକ ଗତିଶୀଳତାର ଯଦିଓ ଏ କ୍ଷେତ୍ରରେ ଅବଦାନ ରହିଛି, ତେବେ ଗୀତ ଗାଇବା ମଧ୍ୟ ଉନ୍ନତ ମସ୍ତିଷ୍କ ପାଇଁ ଅନ୍ୟତମ ଉପାଦାନ ହୋଇପାରିବ। ଗବେଷକମାନଙ୍କ ଦ୍ବାରା ସଂଗୀତ ଭିତ୍ତିକ ନିମଗ୍ନତା ଓ ଜ୍ଞାନଗତ ଦକ୍ଷତା ମଧ୍ୟରେ ଏପରି ଏକ ନିବିଡ଼ ସମ୍ପର୍କ ରହିଥିବା କଥା ଉନ୍ମୋଚିତ ହୋଇପାରିଛି। ଯଦିଓ ଏ ବାବଦରେ ଅଧିକ ଗବେଷଣାର ଅପେକ୍ଷା ରହିଛି, ତେବେ ମିଳିଥିବା ଫଳାଫଳ ଅନୁଯାୟୀ, ମସ୍ତିଷ୍କର ସ୍ବାସ୍ଥ୍ୟ ପାଇଁ ଏକ ସୁରକ୍ଷାମୂଳକ ଜୀବନଶୈଳୀ ପ୍ରୋତ୍ସାହିତ କରିବାରେ ସଂଗୀତ ଶିକ୍ଷା ଏକ ମୂଲ୍ୟବାନ ମାଧ୍ୟମ ହୋଇପାରିବ ଯାହା ବୟସ୍କମାନଙ୍କୁ ପରବର୍ତ୍ତୀ ଜୀବନକାଳରେ ସଂଗୀତକୁ ଫେରିବା ଦିଗରେ ଉତ୍ସାହିତ କରିପାରିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ