ଅପରାଧ ରାଜ୍ୟ

ବାଣ ଫୁଟାଇବା ବେଳେ ଲାଗିଗଲା ନିଆଁ, ଜଳିଗଲା ୬ ବଖରା ଛପର ଘର

ଆଠଗଡ ୨୫/୧୦: ଦୀପାବଳିରେ ବାଣ ଫୁଟାଇବା ବେଳେ ଅଘଟଣ । ଗତ ବିଳମ୍ବିତ ରାତିରେ ନିଆଁ ଲାଗି ୬ ବଖରା ଚାଳ ଛପର ଘର ସଂପୂର୍ଣ୍ଣ ପୋଡ଼ିଜଳି ପାଉଁଶ ହୋଇଯାଇଛି । ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଣସ ପାଟଣା ଗ୍ରାମରେ ଦୀପାବଳିରେ ବାଣ ଫୁଟାଇବା ବେଳେ ନିଆଁ ଲାଗି ଛଅ ବଖରା ଘର ପୋଡିଯାଇଛି ।

ଏହି ସମସ୍ତ ଘର ଚାଳ ଛପର ଘର ହୋଇଥିବାରୁ ଗୋଟିଏ ପରେ ଗୋଟିଏ ଘରକୁ ନିଆଁ ବ୍ୟାପି ଯାଇଥିଲା । ଘରର ସଂପୂର୍ଣ୍ଣ ଆସବାପତ୍ର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ତିଗିରିଆ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପଣସ ପାଟଣା ଗ୍ରାମର ହେମନ୍ତ କୁମାର ସାହୁ, ଅଭୟ କୁମାର ସାହୁ ଓ ଶ୍ରୀଧର ସୁବୁଦ୍ଧିଙ୍କ ୬ ବଖରା ଚାଳ ଘର ପୋଡ଼ି ନଷ୍ଟ ହୋଇ ଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।