ଅପରାଧ ରାଜ୍ୟ

ବାଣୀବିହାରରେ ଉତ୍ତେଜନା: ଜେଏନ୍‌ୟୁ ପ୍ରଫେସରଙ୍କୁ ଆକ୍ରମଣ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପିଜି କାଉନ୍‌ସିଲ୍‌ ହଲ୍‌ରେ ସିଟିଜେନ୍‌ ଫୋରମ୍‌ ପକ୍ଷରୁ ‘ଭାରତୀୟ ସମ୍ବିଧାନର ପ୍ରଭାବ’ ଶୀର୍ଷକ ଆଲୋଚନାଚକ୍ର ଚାଲିଥିବା ବେଳେ ଏବିଭିପି ସମର୍ଥକ ଓ ଆୟୋଜକ ମୁହାଁମୁହିଁ ହୋଇଥିଲେ। ଜେଏନ୍‌ୟୁର ଅର୍ଥନୀତି ପ୍ରଫେସର ସୁର୍‌ଜିତ ମଜୁମ୍‌ଦାରଙ୍କ ବକ୍ତବ୍ୟକୁ ନେଇ ଏପରି ସ୍ଥିତି ସୃଷ୍ଟି ହୋଇଥିଲା। କଥା କଟାକଟିରୁ ମାର୍‌ପିଟ୍‌ ହୋଇଥିଲା। ଜେଏନ୍‌ୟୁ ପ୍ରଫେସରଙ୍କ ସମେତ ସେଠାରେ ଉପସ୍ଥିତ ବୁଦ୍ଧିଜୀବୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଶେଷରେ ପୁଲିସ୍‌ ଆସି ଆୟୋଜକଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି।

ନିନ୍ଦା କଲେ ବିଭିନ୍ନ ଛାତ୍ର ସଂଗଠନ
ରାଷ୍ଟ୍ରବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ କଲା ଏବିଭିପି

ପିଜି କା‌ଉନ୍‌ସିଲ୍‌ ହଲ୍‌ରେ ସିଟିଜେନ୍‌ ଫୋରମ ପକ୍ଷରୁ ରବିବାର ଦିନ ‘ଭାରତୀୟ ସମ୍ବିଧାନର ପ୍ରଭାବ’ ଓ ‘ଜାତୀୟ ଶୀକ୍ଷା ନୀତି’ ଶୀର୍ଷକ ବିଷୟ ଉପରେ ଦୁଇଟି ପର୍ଯ୍ୟାୟରେ ଆଲୋଚନା ହେବାର ଥିଲା। ଦିନ ୧୧ଟାରେ ‘ଭାରତୀୟ ସମ୍ବିଧାନର ପ୍ରଭାବ’ ଶୀର୍ଷକ ଆଲୋଚନା ଆରମ୍ଭ ହୋଇଥିଲା। ଏଥିରେ ‌ଜେଏନ୍‌ୟୁର ପ୍ରଫେସର ମଜୁମଦାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଷଣ ଦେଇଥିଲେ। ପ୍ରଫେସର ମଜୁମ୍‌ଦାର କହୁଥିଲା ବେଳେ ପଛରେ ବସିଥିବା ଜଣେ ଯୁବକ ବିରୋଧ କରିଥିଲେ। ସମ୍ବିଧାନ ବିରୋଧୀ ବକ୍ତବ୍ୟ ଆପଣ କାହିଁକି ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ଆୟୋଜକମାନେ ତାଙ୍କୁ ବୁଝାସୁଝା କରିଥିଲେ। ଏହା ପରେ ୩/୪ ଜଣ ଯୁବକ ଆୟୋଜକଙ୍କୁ ବିରୋଧ କରିଥିଲେ। ବିଶ୍ବବିଦ୍ୟାଳୟରେ ଏପରି ସଭା କରିବାକୁ କିଏ ଅନୁମତି ଦେଲା ଓ ଦେଶ ବିରୋଧୀ ଜେଏନ୍‌ୟୁର ପ୍ରଫେସରଙ୍କୁ କାହିଁକି ଡକାଯାଇଛି ବୋଲି ସେମାନେ ପଚାରିବା ସହ ହୋହଲ୍ଲା କରିଥିଲେ। ଭାରତ ମାତା କି ଜୟ… ଏବିଭିପି ଜିନ୍ଦାବାଦ ନାରା ଦେଇଥିଲେ।

ଆୟୋଜକମାନେ ଯେତେ ବୁଝାଇଥିଲେ ବି ସେମାନେ ବୁଝି ନ ଥିଲେ। ଏହାପରେ ସଂପୃକ୍ତ ଯୁବକ ଓ ଆୟୋଜକ ମୁହାଁମୁହିଁ ହୋଇଥିଲେ। ପ୍ରଫେସର ମଜୁମ୍‌ଦାରଙ୍କୁ ଦୁଇ ଜଣ ଯୁବକ ଗାଳି କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରିକି ସଭା ସ୍ଥଳରେ ଉପସ୍ଥିତ ଥିବା ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଓ ଶିକ୍ଷକ ନେତା ଅମୀୟ ମହାନ୍ତିଙ୍କ ସମେତ ଅନ୍ୟ ବୁଦ୍ଧିଜୀବୀମାନଙ୍କୁ ମଧ୍ୟ ଠେଲାପେଲା କରିଥିଲେ। ସିଟିଜେନ୍ ଫୋରମ୍‌ର ସମ୍ପାଦକ ପ୍ରଦୀପ୍ତ ନାଏକ ଓ ଅନ୍ୟତମ ବକ୍ତା ସୁରେନ୍ଦ୍ର ଜେନାଙ୍କୁ ଯୁବକମାନେ ମାର୍‌ପିଟ୍‌ କରି ଗୋଟିଏ ପ୍ରକୋଷ୍ଠରେ ପୂରାଇ ତାଲା ପକାଇ ଦେଇଥିଲେ ବୋଲି ଆୟୋଜକମାନେ ଅଭିଯୋଗ କରିଛନ୍ତି। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆୟୋଜକଙ୍କୁ ଉଦ୍ଧାର କରିବା ସହ ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହା ପରେ ଉଭୟ ପକ୍ଷ ସହିଦ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରିଛି।

କ୍ୟାମ୍ପସ୍‌ ଭିତରେ ଦେଖାଦେଇଥିବା ଏହି ଉତ୍ତେଜନା ଏତିକିରେ ଶେଷ ହୋଇ ନଥିଲା। ଅପରାହ୍ନରେ ଏବିଭିପି ସମର୍ଥକମାନେ ବିଶ୍ବବିଦ୍ୟାଳୟ ମୁଖ୍ୟଫାଟକ ବନ୍ଦ କରି ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ବିଭିନ୍ନ ବାମପନ୍ଥୀ ଛାତ୍ର ସଂଗଠନ ମଧ୍ୟ ପ୍ରତିବାଦ ପାଇଁ ବିଶ୍ବବିଦ୍ୟାୟ ମୁଖ୍ୟ ଫାଟକକୁ ଆସିଥିଲେ। ଯାହାକୁ ନେଇ ସେଠାରେ ପୁଣି ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ତେବେ ପୂର୍ବରୁ ପ୍ରସ୍ତୁତ ଥିବା ପୁଲିସ ଉଭୟ ପକ୍ଷକୁ ବୁଝାସୁଝା କରି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ସନ୍ଧ୍ୟା ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟାକାଳ ମୁଖ୍ୟ ଫାଟକକୁ ବନ୍ଦ କରାଯାଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ପାଖାପାଖି ୩ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଥିଲା।

ଅନ୍ୟପଟେ ଏବିଭିପି ପକ୍ଷରୁ ଅଭିଯୋଗରେ ଦର୍ଶାଯାଇଛି ଯେ ଆଲୋଚନାଚକ୍ରରେ ଜେଏନ୍‌ୟୁ ପ୍ରଫେସର ମଜୁମଦାର ସମ୍ବିଧାନକୁ ନେଇ ବିଭିନ୍ନ ରାଷ୍ଟ୍ରବିରୋଧୀ ମନ୍ତବ୍ୟ ଦେଇଥିଲେ। ଏମିତିକି ଅଶ୍ଳୀଳ ମନ୍ତବ୍ୟ ରଖିଥିଲେ। ହଲ୍‌ରେ ଉପସ୍ଥିତ ଛାତ୍ର ଓ ଆଲୁମିନି ସଦସ୍ୟ ଏହାକୁ ବିରୋଧ କରିଥିଲେ। ପ୍ରତିବାଦ କରିବାରୁ ସେଠାରେ ଥିବା ଏଫ୍‌ସିଟିଓ ନେତା ସୁରେନ୍ଦ୍ର ଜେନା ଏବିଭିପିର କାର୍ଯ୍ୟକର୍ତ୍ତା, ବିଶ୍ୱବିଦ୍ୟାଳୟ ଛାତ୍ର ଓ ଆଲୁମିନି ସଦସ୍ୟଙ୍କୁ ଗାଳି ଗୁଲଜ କରିଥିଲେ। ଏପରିକି ସେମାନେ ଉତ୍ତ୍ୟକ୍ତ ହୋଇ ପେଲାଠେଲା କରିବା ସହ ଆଗୁଆ ଆକ୍ରମଣ କରିଥିଲେ। ଛାତ୍ରମାନେ ଥାନାକୁ ଯାଉଥିବା ବେଳେ ସେମାନେ ଜୀବନରୁ ମାରିଦେବାକୁ ଧମକାଇଥିଲେ।

ଅନ୍ୟପକ୍ଷରେ ସିଟିଜେନ୍ ଫୋରମ୍‌ର ସଭାପତି ଡାକ୍ତର ମଧୁସୂଦନ ମିଶ୍ର କହିଛନ୍ତି ଯେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁମତି ନିଆଯାଇ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ପ୍ରଫେସର ମଜୁମ୍‌ଦାର ଦେଶ କିମ୍ବା ସମ୍ବିଧାନ ବିରୋଧରେ କୌଣସି ମନ୍ତବ୍ୟ ଦେଇ ନଥିଲେ। ଯେହେତୁ କିଛି ଯୁବକ ଆକ୍ରମଣ କରିଛନ୍ତି, ତେଣୁ ନିଜକୁ ବଞ୍ଚାଇବା ପାଇଁ ମିଛର ସାହାରା ନେଉଛନ୍ତି

ଅନ୍ୟପକ୍ଷରେ ସିଟିଜେନ୍ ଫୋରମ୍‌ର ସଭାପତି ଡାକ୍ତର ମଧୁସୂଦନ ମିଶ୍ର କହିଛନ୍ତି ଯେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁମତି ନିଆଯାଇ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ପ୍ରଫେସର ମଜୁମ୍‌ଦାର ଦେଶ କିମ୍ବା ସମ୍ବିଧାନ ବିରୋଧରେ କୌଣସି ମନ୍ତବ୍ୟ ଦେଇ ନଥିଲେ। ଯେହେତୁ କିଛି ଯୁବକ ଆକ୍ରମଣ କରିଛନ୍ତି, ତେଣୁ ନିଜକୁ ବଞ୍ଚାଇବା ପାଇଁ ମିଛର ସାହାରା ନେଉଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।