ମନୋରଞ୍ଜନ ରାଜ୍ୟ

ବାଜିବ ଗୁନ୍‌ଗୁନ୍‌ଙ୍କ ସାହାନାଇ, ପଡିବ ହାତଗଣ୍ଠି ; ଅଭିସ୍ମିତଙ୍କୁ କରିବେ ଜୀବନସାଥୀ

ଭୁବନେଶ୍ୱର ୩୦।୧୧: ସବୁ ପ୍ରତୀକ୍ଷା ଏବଂ କଳ୍ପନାଜଳ୍ପନାର ଅନ୍ତ ହୋଇଛି । ସବୁ ବେଳେ ଦର୍ଶକଙ୍କ ମନରେ ଯେଉଁ ପ୍ରଶ୍ନ ଉଙ୍କି ମାରୁଥିଲା, ତା’ର ପରିସମାପ୍ତି ଘଟିଛି । ହାତରୁ ଦି’ହାତ ହେବା ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଉଡ ଅଭିନେତ୍ରୀ, ପ୍ରଯୋଜିକା ତଥା ସୁନ୍ଦରୀ ସଂଯୋଜିକା ଗୁନ୍‌ଗୁନ୍‌ । ମଙ୍ଗଳବାର ତାଙ୍କର ହାତଗଣ୍ଠି ପଡ଼ୁଛି । ଏନେଇ ସେ ସୋସିଆଲ୍‌ ମିଡିଆରେ ନିଜ ଜୀବନ ସାଥୀଙ୍କ ସହ ଫଟୋ ଶେୟାର କରି ସୂଚନା ଦେଇଛନ୍ତି ।

ଅଭିସ୍ମିତଙ୍କ ସହିତ ଗୁନ୍‌ଗୁନ୍‌ ମାନେ ଅଭିଗୁନ୍‌ ଲେଖି ବାହାଘର ସମ୍ପର୍କରେ ପ୍ରଶଂସକଙ୍କୁ ଜଣାଇଛନ୍ତି । କରୋନା କଟକଣା ମଧ୍ୟରେ ବାହାଘର ଟଙ୍କପାଣି ରୋଡ୍‌ ସ୍ଥିତ କେଏମ୍‌ କନ୍‌ଭେନ୍‌ସନ୍‌(କୋହିନୂର ହଲ୍‌)ରେ ଆୟୋଜିତ ହେଉଛି । ଏକ ନୂଆ ଜୀବନ ଯାତ୍ରାର ଶୁଭାରମ୍ଭ କରିବାକୁ ଯାଉଥିବା ଗୁନ୍‌ଗୁନ୍‌ ସମସ୍ତଙ୍କ ସମର୍ଥନ ଓ ଆଶୀର୍ବାଦ ଲୋଡ଼ିଛନ୍ତି ।

ଗୁନ୍‌ଗୁନ୍‌ କହିଛନ୍ତି, କେବେ ବି ମୁଁ ଆପଣମାନଙ୍କୁ ଭୁଲିପାରିବି ନାହିଁ । କାରଣ ସମସ୍ତେ ମୋ ବିସ୍ତାରିତ ପରିବାରର ଜଣେ ଜଣେ ସଦସ୍ୟ । ଆପଣମାନଙ୍କ ସେହି ସ୍ନେହ ଓ ଭଲପାଇବା ପୂର୍ବରୁ ଯେମିତି ଥିଲା ସେମିତି ରହିବ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ