ଅପରାଧ ରାଜ୍ୟ

ବାଙ୍ଗର ଜେଲରେ କଏଦୀ ଆତ୍ମହତ୍ୟା ଘଟଣା, ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର

ପୁରୀ ୧୩/୦୮: ପୁରୀ ବ୍ରହ୍ମଗିରି ବାଙ୍ଗର ଜେଲରେ କଏଦୀ ବିଶ୍ବନାଥର ଆତ୍ମହତ୍ୟାକୁ ନେଇ ହସ୍ପିଟାଲରେ ଉତ୍ତେଜନା । ଜେଲ୍ ଭିତରେ ପୁଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ କରିଛନ୍ତି ମୃତ ବିଶ୍ବନାଥଙ୍କ ମାଆ । ତେବେ ମୃତଦେହ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ଭର୍ତ୍ତି କରାଯାଇଥିବା ବେଳେ ପରିବାର ଲୋକେ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରିଥିଲେ।

ମୃତଦେହକୁ ହସ୍ପିଟାଲ ଆଉଟଡୋରରେ ରଖି ପରିବାର ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରୁଥିବା ବେଳେ ରାମଚଣ୍ଡୀ ଥାନା ସବ୍ ଇନ୍ସପେକ୍ଟରଙ୍କ ଗାଲକୁ ମୃତକଙ୍କ ମାଆ ଚାପୁଡା ମାରିଥିଲେ । ପରବର୍ତ୍ତୀ ସମୟରେ ପରିସ୍ଥିତି ଶାନ୍ତ ପଡିଥିଲା। ଗତକାଲି ବ୍ରହ୍ମଗିରି ଥାନା ଅନ୍ତର୍ଗତ ଶିଶାପୁର ଗାଁର ବିଶ୍ବନାଥ ବାରିକ ବାରଙ୍ଗ ଜେଲର ବାଥ୍ ରୁମ୍ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ।

ତେବେ କାହିଁକି ସେ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ। ଦୁଷ୍କର୍ମ କରି ପୋସ୍କୋ ଆକ୍ଟରେ ବିଶ୍ଵନାଥ ଜେଲରେ ଥିବାବେଳେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ସମସ୍ତଙ୍କୁ ସନ୍ଦେହ ସୃଷ୍ଟି କରିଛି। ବାଙ୍ଗର ଜେଲରେ ଏତେ କଡା ସୁରକ୍ଷା ଭିତରେ କଏଦୀ ଆତ୍ମହତ୍ୟା କରିବା ଘଟଣା ଜେଲ୍ ପୋଲିସ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।