ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଘଙ୍କ ଉପରେ ନିଘା ନାହିଁ: ବାଘ ବଢ଼ିଛନ୍ତି ନା କମିଛନ୍ତି, ରିପୋର୍ଟ ମିଳିନି

ନୟାଗଡ଼: ଦେଶବ୍ୟାପୀ ପ୍ରତି ୪ ବର୍ଷରେ ଥରେ ବାଘ ଗଣନା କରାଯାଉଥିବା ବେଳେ, ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ବର୍ଷ ବାଘ ଗଣନା କରାଯିବାକୁ ଯୋଜନା ହୋଇଛି। ଫଳ‌ରେ ନୟାଗଡ଼ ଜିଲ୍ଲାରେ ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଉଭୟ ପକ୍ଷରୁ ବାଘଗଣନା ଆରମ୍ଭ ହୋଇଛି। ତେବେ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଉପରେ ନଜର ପକାଇଲେ ୨୦୧୭-୧୮ ବାଘଗଣନା ସମୟରେ ଏହି ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ସମୁଦାୟ ୧୭ଟି କଲରାପତରିଆ ବାଘ ଥିବା ଜଣାପଡ଼ିଥିଲା। ୨୦୨୧- ୨୨ ଗଣନା ଅନୁଯାୟୀ, ବାଘ ସଂଖ୍ୟା ବଢିଛି ନା କମିଛି, ତା’ର ହିସାବ ବନଖଣ୍ଡ କର୍ତ୍ତୃପକ୍ଷଙ୍କ ପାଖରେ ନାହିଁ। ପ୍ରତିବର୍ଷ ମୌସୁମୀ ପୂର୍ବରୁ ଜୁନ୍‌ ଓ ପରେ ଡିସେମ୍ବର ମାସରେ ବାଘ ଗଣନା ହେଉଛି। କିନ୍ତୁ ବାଘ ସଂଖ୍ୟା ବଢିଛି କି କମିଛି ସେ ନେଇ ବନଖଣ୍ଡ କର୍ତ୍ତୃପକ୍ଷ ସୂଚନା ଦେଇପାରୁନାହାନ୍ତି। ଯାହା ବାଘ ଗଣନା କେତେ ଖାମଖିଆଲ ଢଙ୍ଗ‌‌ରେ ଚାଲୁଛି, ତାହା ପ୍ରମାଣ କରୁଛି।

ନୟାଗଡ଼ରେ ବହୁବ‌ାର ଏସ୍‌ଟିଏଫ୍‌ ବାଘ ଛାଲ ଜବତ କରିଥିବା ବେଳେ ଶିକାରୀ ମଧ୍ୟ ଗିରଫ ହୋଇଛନ୍ତି। ହେଲେ ବାଘ ଗଣନା ଚାଲିଥିବା ବେଳେ ପୂର୍ବବର୍ଷ ଗୁଡ଼ିକରେ ବାଘ ସ୍ଥିତି କ’ଣ ଥିଲା, ଏବେ କେ‌ତେ ବାଘ ଅଛନ୍ତି ‌ସେ ନେଇ ବନ ବିଭାଗ ଅନ୍ଧାରରେ ରହିବା ବାଘ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାଘ, ହାତୀ ଭଳି ବନ୍ୟ ପ୍ରାଣୀ ଉପରେ ଟ୍ରାପ୍‌ କ୍ୟାମେରା ଜରିଆରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବାର ଆବଶ୍ୟକତା ରହିଛି। କିନ୍ତୁ ନୟାଗଡ଼ରେ ନିୟମିତ କ୍ୟାମେରା ଲଗାଯାଉନଥିବା ଜଣାପଡ଼ିଛି। କେବଳ ୪ ବର୍ଷରେ ଥରେ ବାଘ ଗଣନା ବେଳେ, ଅଥବା ପ୍ରତିବର୍ଷ ମୌସୁମୀ ପୂର୍ବରୁ ଜୁନ୍‌ , ଜୁଲାଇ ମାସରେ ଓ ମୌସୁମୀ ଯିବା ପରେ ଅର୍ଥାତ୍‌ ଡିସେମ୍ବର‌‌ରେ ଥରେ ବାଘ ଗଣନା ନେଇ କ୍ୟାମେରା ଲଗାଯାଉଛି। ତେବେ ମହାନଦୀ ବନ୍ୟାପ୍ରାଣୀ ବନଖଣ୍ଡରେ ବର୍ତ୍ତମାନ ବାଘ ସଂଖ୍ୟା କେ‌‌ତେ ରହିଛି, ପୂର୍ବ ଗଣନା ତୁଳନାରେ ବାଘ ବଢିଛନ୍ତି କି ନାହିଁ, ତା’ର ତଥ୍ୟ ନଥିବା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଫାଲଗୁନି ସାରଥି ମଲ୍ଲିକ କହିଛନ୍ତି।

ଶ୍ରୀ ମଲ୍ଲିକଙ୍କ କହିବା ଅନୁଯାୟୀ, ୨୦୨୧-୨୨ରେ କ୍ୟାମେରା ତଥା ଅନ୍ୟାନ୍ୟ ମାଧ୍ୟମକୁ ଭିତ୍ତି କରି ବାଘ ସମ୍ପର୍କିତ ‌ଯେଉଁ ତଥ୍ୟ ସଂଗ୍ରହ କରାଯାଇଥିଲା, ଆମେ ତାକୁ ଡେରାଡୁନ୍‌ ପଠାଇଥିଲୁ। ସେ ସମ୍ପର୍କିତ ରିପୋର୍ଟ ଆମେ ଏବେ ବି ପାଇନାହୁଁ। ଫଳ‌ରେ ବାଘ ସଂଖ୍ୟା ବର୍ତ୍ତମ‌ାନ କତେ ଅଛି ଜଣାପଡ଼ିନି। ଚଳିତ ରାଜ୍ୟ ସରକାରଙ୍କ ପକ୍ଷରୁ ‌ପ୍ରଥମ ପର୍ଯ୍ୟାୟ ଗଣନା କରାଯାଉଛି, ଏହା ଆସନ୍ତା ୨୧ ତାରିଖରେ ସରିବ। ଫେବୃଆରି , ମାର୍ଚ୍ଚ ବେଳକୁ ବାଘ ସଂଖ୍ୟା ବାବଦ‌ରେ ସ୍ପଷ୍ଟ ହେବୁ। ଗତ ୩ ବର୍ଷରେ ନୟାଗଡ଼ରେ ବାଘ ଶିକାର ତଥା ଛାଲ କାରବାର ନେଇ ବହୁବ୍ୟକ୍ତି ଗିରଫ ହୋଇଛନ୍ତି। ୨୦୨୦ ଜୁନ୍ ମାସରେ ବାଘ ଛାଲ କାରବାର ଅଭିଯୋଗରେ ରଣପୁର ବ୍ଲକ୍‌ର ଜଣେ ସମିତି ସଭ୍ୟ ଗିରଫ ହୋଇଥିଲେ। ସେହିମାସ ୮ ତାରିଖରେ ଦଶପଲ୍ଲା ବନାଞ୍ଚଳ ସାକେଣୀ ଗ୍ରାମର ୨ ବ୍ୟକ୍ତିଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଥିଲା। ୨୦୨୧ ଏପ୍ରିଲ ମାସ ୧ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳରୁ ନୟାଗଡ଼ର ୨ ବେପାରୀଙ୍କୁ ଏସ୍‌ଟିଏଫ୍‌ ବାନ୍ଧିଥିଲା। ଗତବର୍ଷ ନୟ‌ାଗଡ଼ ବନାଞ୍ଚଳରୁ ମଧ୍ୟ ବାଘ ଛାଲ କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଥିଲା। ଯାହା ଜିଲ୍ଲା‌‌ରେ ବାଘଛାଲ ବେପାରୀଙ୍କ ଉପସ୍ଥିତିକୁ ପ୍ରମାଣିତ କରୁଛି। ଏଭଳି ସ୍ଥିତିରେ ନୟାଗଡ଼ରେ ବାଘ କମୁଛନ୍ତି ନା ବଢୁଛନ୍ତି, ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।