ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବାଖମୁଟରୁ ପଛଘୁଞ୍ଚା ଦେଉଛନ୍ତି ପୁଟିନଙ୍କ ସେନା

କିବ୍ : ୟୁକ୍ରେନ୍‌ର ବାଖମୁଟରୁ ରୁଷ୍ ସେନା ପଛଘୁଞ୍ଚା ଦେଇ ପଳାୟନ କରୁଥିବା ବୁଧବାର ୟୁକ୍ରେନ୍‌ ପକ୍ଷରୁ କୁହାଯାଇଛି। ପୁଟିନଙ୍କ ସେନାର ବାଖମୁଟ ଅଭିଯାନ ଏକ କଷ୍ଟକର ସାମରିକ ଅପରେସନ ବୋଲି କ୍ରେମ୍‌ଲିନ ସ୍ବୀକାର କରିଥିବା ୟୁକ୍ରେନ୍ କହିଛି।

ୟୁକ୍ରେନ୍‌ର ଏକ ୟୁନିଟ୍‌ର ଦାବି ଅନୁସାରେ, ଶୀତଋତୁରେ ବାଖମୁଟରେ ଜୋରଦାର ଆକ୍ରମଣ କରିଥିବା ରୁଷ୍ ସେନା ସେଠାରୁ ଏବେ ପଛଘୁଞ୍ଚା ଦେବାରେ ଲାଗିଛି। ସେମାନେ ପୂର୍ବରୁ ଦଖଲ କରିଥିବା ଅଞ୍ଚଳ ଛାଡ଼ି ପଳାଉଛନ୍ତି। ୟୁକ୍ରେନ୍‌ର ଜୋରଦାର ପ୍ରତିରୋଧକୁ ସେମାନେ ସମ୍ଭାଳିପାରୁ ନାହାନ୍ତି। ୟୁକ୍ରେନ୍ ସ୍ଥଳସେନାର ମୁଖ୍ୟ କର୍ଣ୍ଣେଲ ଜେନେରାଲ ଓଲେକ୍‌ଜାଣ୍ଡର ସିରସ୍କାଇ କହିଛନ୍ତି, ବାଖମୁଟର କେତେକ ଅଞ୍ଚଳରୁ ରୁଷ୍ ସେନା ପ୍ରାୟ ଦୁଇ କିଲୋମିଟର ପଛକୁ ହଟିଯାଇଛନ୍ତି। ୟୁକ୍ରେନ୍‌ର ପ୍ରତିଆକ୍ରମଣ ସେମାନଙ୍କୁ ପଛକୁ ହଟିବାକୁ ବାଧ୍ୟ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ