ଅପରାଧ ରାଜ୍ୟ

ବାକିରେ ମାଗିଲେ ଗୁଟ୍‌ଖା, ନଦେବାରୁ ଦୋକାନୀଙ୍କୁ ଠେଙ୍ଗାରେ ପିଟିଲେ ଶଳା-ଭିଣୋଇ

ଆନନ୍ଦପୁର ୩୧।୦୫ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁର ଥାନା ତରିମୂଳ ଗାଁରେ ଅଭାବନୀୟ ଘଟଣା । ବାକିରେ ଗୁଟ୍‌ଖା ନଦେବାରୁ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ । ଶଳା-ଭିଣୋଇଙ୍କ ଠେଙ୍ଗାମାଡ଼ରେ ଦୋକାନୀ ଗୁରୁତର ହୋଇଛନ୍ତି।

ଖବର ଅନୁଯାୟୀ, ଘଷିପୁରା ଥାନା ତରିମୂଳ ଗାଁର ବିଦ୍ୟାଧର ସେଠୀଙ୍କ ଦୋକାନକୁ ଶଳା ଭିଣୋଇ ଚନ୍ଦ୍ରଶେଖର ବଳ ଓ ଡିସ୍କୋ ଗୁଟ୍‌ଖା ଖାଇବାକୁ ଆସିଥିଲେ। ସେମାନେ ବିଦ୍ୟାଧରଙ୍କୁ ବାକିରେ ଗୁଟ୍‌ଖା ମାଗିଥିଲେ। କିନ୍ତୁ ବିଦ୍ୟାଧର ବାକିରେ ଦେବାକୁ ମନାକରିବାରୁ, ଦୁହେଁ ଶଳା-ଭିଣୋଇ ମିଶି ମାଡ଼ ମାରିଥିଲେ । ଶଳା-ଭିଣୋଇଙ୍କ ଠେଙ୍ଗାମାଡ଼ରେ ବିଦ୍ୟାଧର ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦୋକାନୀଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।