ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଉଁଶ ହସ୍ତଶିଳ୍ପ ଉପରେ ରାଜ୍ୟସ୍ତରୀୟ କର୍ମଶାଳା: ପ୍ରଶିକ୍ଷଣ ପାଇଁ ୨୪ କାରିଗର ଯିବେ ବେଙ୍ଗାଲୁରୁ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ବାଉଁଶ ଶିଳ୍ପରେ ଡିଜାଇନ୍‌, ସହନୀୟତା ଓ ଉତ୍ପାଦର ସମ୍ଭାବ୍ୟ ଅଭିବୃଦ୍ଧି ଉପରେ ଆୟୋଜିତ ଏହି କର୍ମଶାଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଛନ୍ତି ବାଉଁଶରେ ନିର୍ମିତ ହସ୍ତଶିଳ୍ପ ସାମଗ୍ରୀ ପରିବେଶ ଉପଯୋଗୀ ଓ ପ୍ରଦୂଷଣମୁକ୍ତ। ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥାର ସହାୟତାରେ ରାଜ୍ୟ ହସ୍ତଶିଳ୍ପ ବିଭାଗ ବାଉଁଶ ହସ୍ତଶିଳ୍ପର ବିକାଶ ଏବଂ ଆତ୍ମନିଯୁକ୍ତି ପାଇଁ କାର୍ଯ୍ୟ କରୁଛି। ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥାର ଆର୍ଥିକ ସହାୟତାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନସ୍ଥ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ୬ଟି ସାଧାରଣ ସୁବିଧା କେନ୍ଦ୍ର ନିର୍ମାଣ କରାଯାଇଛି। ସେଥିରେ ବାଉଁଶ କାରିଗରମାନଙ୍କ ପାଇଁ ବାଉଁଶ ପ୍ରକ୍ରିୟାକରଣ ୟୁନିଟ୍‌, ହସ୍ତଶିଳ୍ପ ୟୁନିଟ୍‌, ଆସବାବପତ୍ର ତିଆରି ୟୁନିଟ୍‌, ବାଉଁଶ ବଜାର ଆଦି କରାଯାଇଛି। ଏହି ଯୋଜନାରେ ବାଉଁଶ କାରିଗରମାନଙ୍କୁ ହସ୍ତଶିଳ୍ପ କ୍ଷେତ୍ରରେ ଆଧୁନିକ ଓ ବୈଷୟିକ ଜ୍ଞାନର ପ୍ରଶିକ୍ଷଣ ଦିଆଯିବ।

କାରିଗରମାନେ ମୂଲ୍ୟବାନ ଓ ବଜାର ଚାହିଦା ମୁତାବକ ସାମଗ୍ରୀ ତିଆରି କରିପାରିବେ। ପ୍ରଥମ ପର୍ଯ୍ୟାୟରେ ୨୪ ଜଣ କାରିଗର ଏନ୍‌ଆଇଡି, ବେଙ୍ଗାଲୁରୁକୁ ପ୍ରଶିକ୍ଷଣ ପାଇଁ ଯାଉଛନ୍ତି। ଏହି ଯୋଜନାରେ ୫ଟି ଜିଲ୍ଲାର ୬ଟି ପୁଞ୍ଜରେ ପୁଞ୍ଜସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବାଉଁଶ ଶିଳ୍ପର ଅଭିବୃଦ୍ଧି ଦିଗରେ କାରିଗରମାନଙ୍କୁ ସଚେତନ କରାଯାଇଛି। ବଜାର ଚାହିଦା ମୁତାବକ ବାଉଁଶ ସାମଗ୍ରୀ ପ୍ରସ୍ତୁତି ଓ ବିପଣନ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଡିଜାଇନ୍‌ରଙ୍କ ସହାୟତାରେ ୫ଟି ଜିଲ୍ଲାର ୬ଟି ପୁଞ୍ଜରେ ପ୍ରଶିକ୍ଷଣ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। କର୍ମଶାଳାରେ ପିସିସିଏଫ ଦେବୀଦତ୍ତ ବିଶ୍ୱାଳ, ଓଡ଼ିଶା ବାଉଁଶ ଉନ୍ନୟନ ଏଜେନ୍ସିର ରାଜ୍ୟ ମିସନ ନିର୍ଦ୍ଦେଶକ ସୁଦୀପ ନାୟକ, ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର ଓ ବିଭାଗୀୟ ଉପନିର୍ଦ୍ଦେଶକ ଶିଶିର କୁମାର ରଥ ଯୋଗଦାନ କରିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।