ଭୁବନେଶ୍ବର ୨୬।୦୭ : ବାଇକ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ । ଖଣ୍ଡଗିରି ଥାନା ଅଞ୍ଚଳରୁ ଜବତ ହେଲା ୧୦ଟି ବାଇକ । ଏହାସହ ତିନି ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗିରଫଙ୍କ ମଧ୍ୟରେ ଦୁଇଜଣ ପାଞ୍ଚ ଗାଁର ଓ ଜଣେ ଖୋର୍ଦ୍ଧାର ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ବିଭିନ୍ନ ସ୍ଥାନରେ ବାଇକ୍ ଚୋରି କରୁଥିଲେ ଏହି ଗ୍ୟାଙ୍ଗ । ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିବା ପରେ ଲଗାତର ଭାବେ ନଜର ରଖିଥିଲା । ଏହିକ୍ରମରେ ମଙ୍ଗଳବାର ଖଣ୍ଡଗିରି ଥାନା ଅଞ୍ଚଳରେ ଚଢାଉ କରିଥିଲା ପୋଲିସ । ଏହି ଚଢାଉରେ ପୋଲିସକୁ ୧୦ଟି ବାଇକ୍ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗିରଫଙ୍କ ମଧ୍ୟରେ ଦୁଇଜଣ ପାଞ୍ଚ ଗାଁର ଓ ଜଣେ ଲୁଟେରା ଖୋର୍ଦ୍ଧାର ବୋଲି ଜଣାପଡିଛି । ଚୋରି ବାଇକ୍ ଗୁଡିକ ଚନ୍ଦକା, ଖୋର୍ଦ୍ଧା ଓ ନୟାଗଡ଼ରେ ଅଞ୍ଚଳରେ ବିକ୍ରି କରୁଥିଲେ । ତିନି ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।