ଚାନ୍ଦବାଲି ୩୦।୬: ମୋଟର ସାଇକେଲ ଚୋରି କରୁଥିବା ଗ୍ୟାଙ୍ଗରୁ ଜଣକୁ ଗିରଫ କରିଛି ଚାନ୍ଦବାଲି ପୋଳିସ । ଚାନ୍ଦବାଲି ବସଷ୍ଟାଣ୍ଡରେ ଅବସ୍ଥାପିତ ଏକ ବାର୍ ନିକଟରୁ ମୋଟର ସାଇକେଲ ଚୋରି ହୋଇଥିଲା । ଚାନ୍ଦବାଲି ଥାନା ଅଧିକାରୀ କରୁଣାକର ରାଉତଙ୍କ ନିର୍ଦ୍ଦେଶରେ ଚାନ୍ଦବାଲି ପୋଲିସ ଟିମ୍ ସିସିଟିଭି ଫୁଟେଜ ଆଧାରରେ ଦିଗଛିଆରେ ଲୁଟେରାଙ୍କୁ ଠାବ କରିବା ସହ ଚୋରି ହୋଇଥିବା ମୋଟର ସାଇକେଲକୁ ଜବତ କରିଛି । ଏନେଇ ଚାନ୍ଦବାଲି ଥାନାରେ କେସ ନମ୍ବର ୧୯୫/୨୦୨୨ ମୂଳେ ଦିଗଛିଆରୁ ଅଭିଯୁକ୍ତ ସିଲୁ ପାତ୍ରଙ୍କୁ ଗିରଫ ହୋଇଥିବା ବେଳେ ଗ୍ୟାଙ୍ଗର ଅନ୍ୟ ଅଭଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।