ରାଜ୍ୟ ସ୍ୱାସ୍ଥ୍ୟ

ବାଇକ୍‌ରେ ଝିଅର ଶବ ବୋହିଲେ ବାପା: ରକ୍ତ ଯୋଗାଡ଼ ହୋଇପାରିଲାନି, କଅଁଳ ବୟସରୁ ଝଡ଼ିଗଲେ

ମାଲକାନଗିରି: ପ୍ରଥମେ ରକ୍ତ ମିଳିଲାନି। ତେଣୁ ଅକାଳରେ ଚାଲିଗଲା ୪ବର୍ଷର ଜୀବନ। ଏହାପରେ ମିଳିଲାନି ଆମ୍ବୁଲାନ୍ସ। ତେଣୁ ବାଇକ୍‌ରେ ଗାଁ ପର୍ଯ୍ୟନ୍ତ ଗଲା ଶବ। ମାଲକାନଗିରି ଜିଲ୍ଲା ମହକୁମାରେ ଏଭଳି ଗୋଟିଏ ଅଭାବନୀୟ ତଥା ସମ୍ବେଦନଶୀଳ ଘଟଣା ଘଟିଛି। ସୂଚନା ଅନୁଯାୟୀ, ମାଲକାନଗିରି ବ୍ଲକ୍‌ ସିନ୍ଧ୍ରିମାଳ ପଞ୍ଚାୟତ ଅନ୍ତର୍ଗତ ତୋଙ୍ଗଗୁଡ଼ା ଗାଁର ଇର୍ମା ମାଢ଼ିଙ୍କ ୪ବର୍ଷର ଝିଅ ରଶ୍ମି ମାଢ଼ି ଗତକାଲି ଗୁରୁତର ଅସୁସ୍ଥ ହୋଇଥିଲା। ତେଣୁ ଗତକାଲି ହିଁ ଇର୍ମା ଝିଅକୁ ଆଣି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ରଶ୍ମି ରକ୍ତହୀନତାର ଶିକାର ହୋଇଥିବା ଜଣାପଡ଼ିଥିଲା। ‌ଆଜି ସକାଳେ ଝିଅକୁ ରକ୍ତ ଦିଆଯିବ ତେଣୁ ରକ୍ତ ଯୋଗାଡ଼ କରିବାକୁ ଇର୍ମାଙ୍କୁ ଡାକ୍ତରଖାନା କର୍ତ୍ତୃପକ୍ଷ କହିଥିଲେ। ଏମିତି ସ୍ଥିତିରେ ନିଜର ବୋଲି କେହି ମାଲକାନଗିରି ନଥିବା ବେଳେ ଅନେକ ସ୍ଥାନରେ ଯୋଗାଯୋଗ ସତ୍ତ୍ବେ ‌ରକ୍ତ ଯୋଗାଡ଼ କରିପାରି ନଥିଲେ। ତଥାପି ଝିଅକୁ ବଞ୍ଚାଇବା ପାଇଁ ପୂରା ଜୋର୍‌ ଲଗାଇ ଦେଇଥିଲେ। କିନ୍ତୁ ରକ୍ତ ନ ପାଇ ଚିକିତ୍ସାଧୀନ ଅବସ୍ଥାରେ ରଶ୍ମିର ମୃତ୍ୟୁ ହୋଇଯାଇଥିଲା। ଆଖି ସାମ୍ନାରେ ଝିଅର ମୃତ୍ୟୁ ଇର୍ମାଙ୍କୁ ଗଭୀର ମର୍ମାହତ କରିଥିଲା।


ଆଗକୁ କ’ଣ କରିବେ, ଝିଅର ଶବ କେମିତି ଗାଁକୁ ନେବେ ଇର୍ମାଙ୍କୁ ବିବ୍ରତ କରିଥିଲା। ଏଭଳି ଦୁଃଖଦ ମୁହୂର୍ତ୍ତରେ ସମବେଦନା ଏବଂ ସହାୟତା ବଦଳରେ ଶବ ନେବା ବୋଝ ବି ଇର୍ମାଙ୍କ ଉପରେ ପକାଇ ଦେଇଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ। ଯଦି ଡାକ୍ତରଖାନା ପକ୍ଷରୁ ଆମ୍ବୁଲାନ୍ସ ଦିଆଯିବ ତେବେ ଏଥିପାଇଁ ୭ଶହରୁ ୮ଶହ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବ ବୋଲି ଇର୍ମାଙ୍କୁ କୁହାଗଲା। ଝିଅକୁ ବଞ୍ଚାଇ ପାରି ନଥିବା ବେଳେ ପାଖରେ ଟଙ୍କା ନଥିବାରୁ ଅସହାୟ ଅବସ୍ଥାକୁ ଚାଲି ଆସିଥିଲେ। ଝିଅକୁ ବାଇକ୍‌ରେ ଡାକ୍ତରଖାନା ଆଣିଥିବା କିଛି କର୍ମଚାରୀ ଜାଣିବା ପରେ ସେଥିରେ ଶବ ନେଇଯିବାକୁ ପରାମର୍ଶ ଦେଇଥିଲେ। ଯେମିତି ହେଲେ ସଂଧ୍ୟା ସୁଦ୍ଧା ପହଞ୍ଚି ଶେଷକୃତ୍ୟ କରିବାକୁ ପଡ଼ିବ, ତେଣୁ ଝିଅର ଶବକୁ ୧୦କିଲୋମିଟର ରାସ୍ତା ବାଇକରେ ବୋହିଲେ ଇର୍ମା। ତୋଙ୍ଗଗୁଡାରେ ରଶ୍ମିର ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ