ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ବହୁତ ପାଟି କରୁଥିଲେ ସ୍ୱାମୀ, ମୁହଁ ଉପରେ ବସି ପଡିଲେ ୧୦୦ କେଜିର ସ୍ତ୍ରୀ, ଚାଲିଗଲା ଜୀବନ

ନୂଆଦିଲ୍ଲୀ, ୨୦/୦୫: ସ୍ୱାମୀଙ୍କ ଉପରେ ମଦ ନିଶାରେ ବସି ପଡିଲେ ସ୍ତ୍ରୀ । ଚାଲିଗଲା ସ୍ୱାମୀଙ୍କ ଜୀବନ । ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଋଷରେ ଏପରି ଏକ ମାମଲା ସାମ୍ନାକୁ ଆସିଛି । ମଦ ନିଶାରେ ୧୦୧ କେଜିର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଉପରେ ବସି ପଡିବାରୁ ଏହି ଅଘଟଣ ଘଟିଥିଲା ।

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁସାରେ, ଏହି ମାମଲା ଋଷର ଏକ ସହରର ସାମ୍ନାକୁ ଆସିଛି । ପତି ଓ ପତ୍ନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ସାମାନ୍ୟ ବଚସା ହୋଇଥିଲା । ପରେ ଏହା ଉଗ୍ର ରୂପ ଧାରଣ କରିଥିଲା । ବଚସା ବେଳେ ପତ୍ନୀ ନିଶାରେ ଥିଲେ । ସେ ନିଜ ସ୍ୱାମୀଙ୍କୁ କ୍ଷମା ମାଗିବାକୁ କହିଥିଲେ । କିନ୍ତୁ ସ୍ୱାମୀ ଭୁଲ ମାଗିନଥିଲେ । ଏହାପରେ ରାଗିଯାଇ ସେ ପତିଙ୍କ ମୁହଁ ଉପରେ ବସି ପଡିଥିଲେ ।

ରିପୋର୍ଟ ଅନୁସାରେ ପତ୍ନୀଙ୍କ ଓଜନ ୧୦୧ କେଜି ଥିଲା । ସେ ପତିଙ୍କ ମୁହାଁ ଉପରେ ବସି ପଡିବାରୁ ତାଙ୍କୁ ଶ୍ୱାସକ୍ରିୟାରେ କଷ୍ଟ ଅନୁଭୂତ ହୋଇଥିଲା । ଏକଥା କିନ୍ତୁ ପତ୍ନୀ ଜାଣିପାରି ନଥିଲେ । ସେ ଏପରି ପ୍ରାୟ ଅନେକ ସମୟ ଧରି ପତିଙ୍କ ଉପରେ ବସି ରହିଥିଲେ । ଫଳରେ ପତିଜଣଙ୍କ ପ୍ରାଣ ହରାଇଥିଲେ ।

ସେଠାରେ ଉପସ୍ଥିତ ଥିବା ସେମାନଙ୍କ ଝିଅ ତୁରନ୍ତ ପଡୋଶୀ ଲୋକଙ୍କୁ ଡାକିଥିଲେ । କିନ୍ତୁ ସେତେବେଳକୁ ବିଳମ୍ବ ହୋଇ ସାରିଥିଲା । ମହିଳାଜଣଙ୍କ କହିଛନ୍ତି ଯେ, ସେ ତାଙ୍କ ପତିଙ୍କୁ ମାରିବାକୁ ଚାହୁଁନଥିଲେ । ପତି ବହୁତ ପାଟି କରୁଥିବାରୁ ସେ ତାଙ୍କୁ ଚୁପ୍ କରିବା ପାଇଁ ମୁହଁ ଉପରେ ବସି ପଡିଥିଲେ । ପ୍ରଥମେ ମହିଳାଜଣଙ୍କ ସତ କହୁନଥିବା ବେଳେ ମେଡିକାଲ ରିପୋର୍ଟରେ ସବୁ ସ୍ପଷ୍ଟ ହୋଇଯାଇଥିଲା । ମହିଳାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ କରୁଛି ପୋଲିସ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ